ଧାମନଗର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ନିଲମ୍ବିତ
ଭଦ୍ରକ/ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)- ଧାମନଗର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ୪୬-ଧାମନଗର ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ନିଲମ୍ବନ (ସସପେଣ୍ଡ) କରିବା ସହ ବିଭାଗୀୟ ଶୃଙ
ଧାମନଗର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ନିଲମ୍ବିତ


ଭଦ୍ରକ/ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)- ଧାମନଗର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ୪୬-ଧାମନଗର ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ନିଲମ୍ବନ (ସସପେଣ୍ଡ) କରିବା ସହ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି।

ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ, ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଭାରତୀୟ ନିର୍ବାଚନ କମିଶନ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଅନୁମୋଦନ ଓ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରୁ ୨୧ ସେପ୍ଟେମ୍ବର ରେ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଚିଠି ଦିଆଯାଇଥିଲା।

ଚିଠିରେ ଉଲ୍ଲେଖ ଅନୁଯାୟୀ, ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସମୟରେ ବିଏଲ୍ଓମାନଙ୍କ ପରିଚୟପତ୍ର/କ୍ରେଡେନ୍ସିଆଲ୍ ଓ ଓଟିପିର ଅନଧିକୃତ ବ୍ୟବହାର ସହିତ ଫର୍ମ-୭ର ଅନଧିକୃତ ଦାଖଲ ଓ ଅପଲୋଡ୍ କରାଯାଇଥିବା ଅଭିଯୋଗ ନେଇ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପରେ ଶ୍ରୀ ନାୟକଙ୍କୁ ନିୟମାନୁସାରେ ତୁରନ୍ତ ନିଲମ୍ବନ କରିବା ଏବଂ ଓଡ଼ିଶା ସିଭିଲ ସର୍ଭିସେସ୍ ରୁଲସ୍ ୧୯୬୨ ରୁଲ୍ ୧୫ ଅନୁଯାୟୀ ଗୁରୁତର ଦଣ୍ଡ ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ଚାର୍ଜ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande