ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ମତ୍ସ୍ୟ, ପ୍ରାଣୀ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲା ସ୍ତରିୟ ସମୀକ୍ଷା ବୈଠକ
ମାଲକାନଗିରି, ୨୧ ସେପ୍ଟେମ୍ବର (ହି.ସ.)- ଆଜି ମାଲକାନଗିରି ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ମତ୍ସ୍ୟ, ପ୍ରାଣୀ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ସଭାପତି ଅଶୋକ କୁମାର ପରିଡ଼ା ଙ୍କ ନେତତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମତ୍ସ୍ୟ, ପ୍ରାଣୀ
ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ମତ୍ସ୍ୟ,ପ୍ରାଣୀ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲା ସ୍ଥରୀୟ ସମୀକ୍ଷା


ମାଲକାନଗିରି, ୨୧ ସେପ୍ଟେମ୍ବର (ହି.ସ.)- ଆଜି ମାଲକାନଗିରି ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ମତ୍ସ୍ୟ, ପ୍ରାଣୀ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ସଭାପତି ଅଶୋକ କୁମାର ପରିଡ଼ା ଙ୍କ ନେତତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମତ୍ସ୍ୟ, ପ୍ରାଣୀ ଓ ପଶୁ ସମ୍ପଦ ତଥା ଜିଲ୍ଲା ପ୍ରଭାରୀ ଗୋକୁଲା ନନ୍ଦ ମଲ୍ଲିକଙ୍କ ମଞ୍ଚାସିନ ହୋଇଥିଲେ ।

ପ୍ରାରମ୍ଭରେ ସମସ୍ତ ଅତିଥି ଦଳର ପ୍ରତିଷ୍ଠାତା ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି ବୈଠକକୁ ଆରମ୍ଭ କରିଥିଲେ । ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇ ସଭାକାର୍ଯ୍ୟକୁ ଆରମ୍ଭ କରିଥିଲେ । ଏହି ଅବସରରେ ଶ୍ରୀ ମଲ୍ଲିକ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୭ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ଲାଭାର୍ଥି ଓ ବିଭିନ୍ନ ମନ୍ଦିର ହୋଇଥିବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ତାହା ବାବଦରେ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଯୋଗୁଁ ମଧ୍ୟ ପ୍ରାଚ୍ୟ ଦେଶ ଯୁଦ୍ଧ ଲାଗିରହିଥିବା ବେଳେ ଗ୍ୟାସ ଓ ତୈଳ ଦର ବୃଦ୍ଧି ନହେବା ସୁଶାସନର ପରିମାଣ ବୋଲି ବର୍ଣ୍ଣନା କରିଥିଲେ । ଆଗାମୀ ନିର୍ବାଚନ ପାର୍ ହେବାକୁ ହେଲେ ମୋ ବୁଥ ସବୁଠୁ ମଜବୁତ୍ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦେବାକୁ ପଡିବ । ୨୦୧୪ ମସିହା ପରେ ଭାଜପା ଦେଶରେ ନିଜ ଶାସନ ଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି କୃଷି, ସ୍ୱାସ୍ଥ୍ୟ, ଗମନା ଗମନ ଓ ଖାଦ୍ୟ ନିରାପତ୍ତାକୁ ପ୍ରାଧାନ୍ୟ ଦେଇ ଦେଶକୁ ଆଗକୁ ବଢ଼ାଇ ଦେଶରୁ ନକ୍ସଲବାଦର ମୂଳ ସମାପ୍ତି ଘଟାଇ ଥିଲେ । ସେହିପରି ରାଜ୍ୟରେ ଭାଜପା ସରକାର ଗଠନ ପରେ ଧାନର କ୍ରୟ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି, ଡାଲି ଜାତୀୟ ଫସଲର ଉଚିତ୍ ମୂଲ୍ୟ କୃଷକ ମାନେ ପାଇ ପାରିଛନ୍ତି । ପିଏମ୍ କିସାନ, ସି ଏମ୍ କିଷାନ୍, ମୁଖ୍ୟ ମନ୍ତ୍ରୀ ଆର୍ଶୀବାଦ ଯୋଜନା ଭଳି ୧୧୩ ପ୍ରକାର ଯୋଜନା ଦ୍ୱାରା ଜନସମୁଦାୟ ଦେଶର ବିକାଶ ସହ ଯୋଡ଼ି ହୋଇ ପାରିଛନ୍ତି । ମା ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ରହିଛି । ପୂର୍ବ ସରକାରରେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଘୋଟାଲା କେବଳ କିଛି ସଂସ୍ଥାକୁ ଲାଭ ପହଞ୍ଚାଇବା ପାଇଁ ହୋଇଥିବା ବେଳେ ବର୍ତ୍ତମାନର ଆୟୁଷ୍ମାନ ଯୋଜନା ବୟୋ ବୃଦ୍ଧ, ବୃଦ୍ଧାଙ୍କୁ ଧନି ଗରିବ ନିର୍ବିଶେଷରେ ଏହା ସହାୟକ ହୋଇଥିବା ବେଳେ ଦେଶର ପ୍ରାୟ ୨୯୦୦୦ ମେଡିକାଲ ପଞ୍ଜୀକୃତ ହୋଇପାରିଛି । ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇ ପାରିଛି ।

ଆଜିର ଏହି ବୈଠକରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ନରସିଂଙ୍ଗ ମାଡକାମୀ, ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସୀସା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ି, ଅଧ୍ୟକ୍ଷା, ସମସ୍ତ ମଣ୍ଡଳ ସଭାପତି, ସମ୍ପାଦକ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ, ନବଘନ ଲୋକେଇ, କୋଷାଧ୍ୟକ୍ଷ ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ନିହାର ରାୟ, ସବିତା ମିଶ୍ର, ବେଣୀ କାର୍ତୁଲ ଏବଂ ମିଡ଼ିଆ ପ୍ରମୁଖ ଭାବେ ବି. ଶ୍ରୀନିବାସ ପାତ୍ର, ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ଆଇଟି ପ୍ରମୁଖ ରାଜ୍ୟ କିଶୋର ମଣ୍ଡଳ ସମେତ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥଲେ । ବୈଠକ ଶେଷରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କାର୍ଯ୍ୟାଳୟ ପରିସରରେ ବୃଷ ରୋପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande