ସରକାରୀ ବାସଭବନରୁ ଫରେଷ୍ଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
ବଲାଙ୍ଗିର, ୨୧ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଫରେଷ୍ଟ କଲୋନୀର ସରକାରୀ ବାସଭବନରୁ ଗତକାଲି ରାତିରେ ଜଣେ ଫରେଷ୍ଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ଫରେଷ୍ଟର ହେଲେ ବ୍ୟାସଦେବ ସାହୁ (୫୯) । ସେ ବଲାଙ୍ଗିର ବନଖଣ୍ଡ ଅଧିନସ୍ଥ ବଲାଙ୍ଗିର ରେଞ୍ଜ୍ ରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥ
ବଲାଙ୍ଗିର ଟାଉନ୍ ପୋଲିସ


ବଲାଙ୍ଗିର, ୨୧ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଫରେଷ୍ଟ କଲୋନୀର ସରକାରୀ ବାସଭବନରୁ ଗତକାଲି ରାତିରେ ଜଣେ ଫରେଷ୍ଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ଫରେଷ୍ଟର ହେଲେ ବ୍ୟାସଦେବ ସାହୁ (୫୯) । ସେ ବଲାଙ୍ଗିର ବନଖଣ୍ଡ ଅଧିନସ୍ଥ ବଲାଙ୍ଗିର ରେଞ୍ଜ୍ ରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିଲେ । ରେଞ୍ଜ୍ ଅଫିସ କ୍ୱାର୍ଟର୍ସରୁ ତାଙ୍କ ମୃତଦେହ ଉଦ୍ଧାର ପରେ ବଲାଙ୍ଗିର ଟାଉନ୍ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ତାଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ମୃତ ଫରେଷ୍ଟର ବ୍ୟାସଦେବଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ କିଛି ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଥିଲେ । ଯେଉଁଥିପାଇଁ ସେ କିଛିଦିନ ହେଲା ଚାପଗ୍ରସ୍ତ ଥିଲେ । ସବୁ ଦିଗରୁ ତଦନ୍ତ କରାଗଲେ ଆତ୍ମହତ୍ୟାର କାରଣ ଜଣାପଡିବ ।

ବଲାଙ୍ଗିର ଡିଏଫଓ ଅଜିତ ବିଶି କହିଛନ୍ତି ଯେ, ବ୍ୟାସଦେବ ଜଣେ ଭଲ କର୍ମଚାରୀ, ବିଭିନ୍ନ ସମୟରେ ସେ ସରକାରଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ହେଲେ କିଛି ଦିନ ପୂର୍ବରୁ ଟଙ୍କା ଧାର ନେଣଦେଣକୁ ନେଇ ସେ ଚାପରେ ଥିଲେ । କିଛି ଲିଗାଲ୍ ନୋଟିସ୍ ମଧ୍ୟ ସେ ପାଇଥିଲେ । ଆଉ ଗୋଟିଏ ବର୍ଷ ଚାକିରୀ ପରେ ଅବସର ନେଇଥାନ୍ତେ ବ୍ୟାସଦେବ ।

ବଲାଙ୍ଗିର ସଦର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ, ବ୍ୟାସଦେବଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande