
ଝାରସୁଗୁଡ଼ା, ୨୧ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ନୂଆପଡ଼ା ନବରାତ୍ର ମଣ୍ଡପର ଗଣେଶ ମୂର୍ତି ବିସର୍ଜନ ସୋମବାର ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । କୋଲାବିରା ରଣଜିତା ଦେବୀଙ୍କ ପୀଠରୁ ବିଭିନ୍ନ ସାଂସ୍କୃତିକ ଦଳ ସହ ଏକ ବିରାଟ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭସାଣି ଶୋଭାଯାତ୍ରା ରେ ଆସାମ ରାଜ୍ୟର ଡମ୍ବରୁ ବାଦ୍ୟ ଦଳ, କଲିକତା ର ଅଘୋରି ଦଳ, ଛତିଶଗଡ ରାଜ୍ୟ ସରେଇପାଲି ର ପଞ୍ଜାବୀ ଆଖଡ଼ା। ଦଳ, କଲିକତା ର ବ୍ଲୁ ଶାଢ଼ୀ ଡାନ୍ସ ଗୃପ ଓ ଦୁଲଦୁଲି ମେଲୋଡି ଦଳ ଭାଗ ନେଇ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଭସାଣି ଉତ୍ସବ ଦେଖିବା ପାଇଁ ୫ ହଜାରରୁ ଉର୍ଦ୍ଧ ଦର୍ଶକ ଙ୍କ ଭିଡ଼ ହୋଇଥିଲା । କୋଲାବିରା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଏଥିରେ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ