
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ଅନ୍ତର୍ଜାତୀୟ ଶାନ୍ତି ଦିବସ । ଏହି ଅବସରରେ
ସମନ୍ୱୟ, କରୁଣା ଓ ପରସ୍ପର ସମ୍ମାନ ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି
ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ, ଆସନ୍ତୁ ସମନ୍ୱୟ, କରୁଣା ଓ ପରସ୍ପର
ସମ୍ମାନ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିବା। ଶାନ୍ତିର ଭାବନା ଏକତାର ବନ୍ଧନକୁ
ଆହୁରି ସୁଦୃଢ଼ କରୁ ଏବଂ ସମସ୍ତଙ୍କ ପାଇଁ ଏକ ସମନ୍ୱୟପୂର୍ଣ୍ଣ, ସମାବେଶୀ ଓ
ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ଦିଗରେ ସାମୂହିକ ପ୍ରୟାସ ପାଇଁ ପ୍ରେରଣା ଯୋଗାଉ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଏହି
ଆନ୍ତର୍ଜାତୀୟ ଶାନ୍ତି ଦିବସରେ,
ସୀମା ଓ ସମୁଦାୟର
ସୀମାକୁ ଅତିକ୍ରମ କରି ସମନ୍ୱୟ ଓ ସଦ୍ଭାବନା ଗଠନ କରିବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ
ଆସନ୍ତୁ ପୁନର୍ବାର ଦୃଢ଼ କରିବା।ପ୍ରକୃତ ଶାନ୍ତି କେବଳ ସଂଘର୍ଷର ଅନୁପସ୍ଥିତି ନୁହେଁ, ବରଂ ଦୈନନ୍ଦିନ
ଜୀବନରେ ସମ୍ମାନ, ସୁଯୋଗ ଓ ନ୍ୟାୟର
ଉପସ୍ଥିତି। ଆସନ୍ତୁ, ସମସ୍ତଙ୍କ ପାଇଁ, ସବୁଠାରେ ଏବଂ
ପ୍ରତିଦିନ ଶାନ୍ତି ପ୍ରତିଷ୍ଠାରେ ନିବେଶ କରିବା।
ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ, ଆମ ସମୁଦାୟ ଏବଂ
ସମଗ୍ର ବିଶ୍ୱରେ ସମନ୍ୱୟ, କରୁଣା ଓ ନ୍ୟାୟକୁ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କର
ସାମୂହିକ ଦାୟିତ୍ୱ ବୋଲି ଆମେ ସ୍ମରଣ କରୁଛୁ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶାନ୍ତି ହେଉଛି
ସମୃଦ୍ଧିର ମୂଳଦୁଆ। ଯେତେବେଳେ ସମାଜରେ ସମନ୍ୱୟ ଓ ସଦ୍ଭାବନା ବଜାୟ ରହେ, ସେତେବେଳେ ସମାଜର
ବିକାଶ ହୁଏ, ନବସୃଜନର ପରିସର
ବିସ୍ତାରିତ ହୁଏ, ଅର୍ଥନୀତିର
ଅଭିବୃଦ୍ଧି ଘଟେ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜର ସର୍ବୋଚ୍ଚ ସାମର୍ଥ୍ୟକୁ ସାକାର କରିବା ପାଇଁ
ସଶକ୍ତ ହୁଅନ୍ତି। ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ, ଆସନ୍ତୁ ମନେ ରଖିବା ଯେ ଆମର ବିବିଧତା ଆମ ପାଇଁ ବିପଦ
ନୁହେଁ, ବରଂ ଆମର ଶକ୍ତିର
ଉତ୍ସ। ଆସନ୍ତୁ, ସମସ୍ତେ ମିଶି
କରୁଣା, ବୁଝାମଣା ଓ ସହଯୋଗର
ଭିତ୍ତି ଉପରେ ଏକ ବିଶ୍ୱ ଗଢ଼ି ତୋଳିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା