
କନ୍ଧମାଳ, ୨୧ ସେପ୍ଟେମ୍ବର (ହି.ସ.)- ଲଘୁଚାପଜନିତ ଲଗାଣ ବର୍ଷାର ସମ୍ଭାବନା ଥିବାରୁ ଆସନ୍ତା ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ରହିବ । ବର୍ଷା ଆଲର୍ଟରୁ ଭୂସ୍ଖଳନର ଆଶଙ୍କା ଥିବାରୁ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ବିକଳ୍ପ ରାସ୍ତା ଦେଇ ଯାତାୟାତ ଜାରି ରହିବା ନେଇ ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ