
ଭୁବନେଶ୍ୱର, ୨୧ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ସର୍ବାଧିକ ୬୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ନୟାଗଡ଼ ଜିଲ୍ଲାର ବରମୂଳରେ ୫୬.୮ ମି.ମି., କଟକ ଜିଲ୍ଲାର ଆଠଗଡ଼ରେ ୫୪.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୫୦.୦ ମି.ମି., କେନ୍ଦୁଝର ଜିଲ୍ଲାର ତେଲକୋଇରେ ୪୭.୪ ମି.ମି., ବାଲେଶ୍ୱର ଜିଲ୍ଲାର ରାଜଘାଟରେ ୪୫.୬ ମି.ମି., ଜଳେଶ୍ୱରରେ ୪୫.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର ରାଜନଗରରେ ୪୫.୦ ମି.ମି., ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୪୨.୨ ମି.ମି., ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ୪୧.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ୪୦.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୪୦.୦ ମି.ମି. ଏବଂ ଜାମଶୋଳାଘାଟରେ ୩୮.୬ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ