ପ୍ରକାଶ ପାଇଲା ଏସଆଇଆର ଚୂଡାନ୍ତ ଭୋଟର ତାଲିକା : ପୁରୀ ଜିଲ୍ଲାରେ ୧୩ ଲକ୍ଷ ୧୧ ହଜାର ୮୭୬ ଭୋଟର
ପୁରୀ, ୨୧ ସେପ୍ଟେମ୍ବର (ହି.ସ.)- ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍) ଅନ୍ତର୍ଗତ ପୁରୀ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟଜ୍ୟୋତି ପରିଡା ବିଭିନ୍ନ ଇଆରଓ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି
ପ୍ରକାଶ ପାଇଲା ଏସଆଇଆର ଚୁଡାନ୍ତ ଭୋଟର ତାଲିକା


ପ୍ରକାଶ ପାଇଲା ଏସଆଇଆର ଚୁଡାନ୍ତ ଭୋଟର ତାଲିକା


ପୁରୀ, ୨୧ ସେପ୍ଟେମ୍ବର (ହି.ସ.)- ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍) ଅନ୍ତର୍ଗତ ପୁରୀ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟଜ୍ୟୋତି ପରିଡା ବିଭିନ୍ନ ଇଆରଓ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରକାଶନ କରିଥିଲେ। ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ପରିଡା ଭୋଟର ତାଲିକା ପ୍ରକାଶ କରିବା ସହ ଏସ ଆଇ ଆର ୨୦୨୬ ପ୍ରକ୍ରିୟାରେ ଭାରତର ଯୋଗ୍ୟ ନାଗରିକ ମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବା ସହ ଅଯୋଗ୍ୟ, ମୃତ, ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ଭାବେ ନାମ ଥିବା ଭୋଟର ମାନଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ଯାଞ୍ଚ ଓ ସଂଶୋଧନ କରାଯାଇଛି। ଦାବି ଓ ଆପତ୍ତି ଏବଂ ଶୁଣାଣି ପ୍ରକ୍ରିୟା ପରେ ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି ବୋଲି ଜିଲ୍ଲାପାଳ କହିଥିଲେ। ପରେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ସୂଚନା ଦେଇ ଜିଲ୍ଲାପାଳ ପୁରୀ ଜିଲାରେ ୬ଟି ନିର୍ବାଚନମଣ୍ଡଳୀର ମୋଟ ୧୮୨୩ ବୁଥରେ ବର୍ତ୍ତମାନ ଚୂଡାନ୍ତ ତାଲିକାରେ ୧୩ ଲକ୍ଷ ୧୧ ହଜାର ୮୭୬ ଭୋଟର ରହିଛନ୍ତି। ପୂର୍ବରୁ ପୁରୀ ଜିଲାରେ ୧୩୦୨୭୬୮ ମତଦାତା ରହିଥିଲେ।

ବର୍ତ୍ତମାନ ପୁରୁଷ ଭୋଟରଙ୍କ ସଂଖ୍ୟା ୬୮୧୧୩୩, ମହିଳା ଭୋଟରଙ୍କ ସଂଖ୍ୟା ୬୩୦୬୬୮ ଓ ଅନ୍ୟାନ୍ୟ ୭୫ ଜଣ ଭୋଟର ରହିଛନ୍ତି।୧୦୫ କାକଟପୁର (ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ସଂଖ୍ୟା ୨୨୬୭୪୯,୧୦୬ ନିମାପଡା ନିର୍ବାଚନ ମଣ୍ଡଳୀରେ ୨୨୭୩୧୩,୧୦୭ ପୁରୀ ନିର୍ବାଚନ ମଣ୍ଡଳୀରେ ୨୨୫୮୦୮, ୧୦୮ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ୨୧୩୨୫୪,୧୦୯ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରେ ୧୯୫୧୩୮ ଓ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨୨୩୬୧୪ ରହିଛି।୧୮-୧୯ ବର୍ଷର ଯୁବ ଭୋଟରଙ୍କ ସଂଖ୍ୟା ୧୦୧୯୧ ରହିଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କ ସଂଖ୍ୟା ରହିଛି ୧୪୦୫୧ ଓ ଦିବ୍ୟାଙ୍ଗ ଭୋଟର ଙ୍କ ସଂଖ୍ୟା ୧୬୬୭୨। ଚୂଡାନ୍ତ ଭୋଟର ତାଲିକା ସମ୍ପୃକ୍ତ ବୁଥ ସ୍ତରୀୟ ଇଆରଓ, ଏଇଆରଓ କାର୍ଯ୍ୟାଳୟ ଏବଂ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ରେ ଉପଲବ୍ଧ ରହିଛି। ଏହା ସହ ନିର୍ବାଚନ ଆୟୋଗ ବା ସିଇଓ ଓଡିଶାଙ୍କ ଅଧିକୃତ ୱ୍ବେବସାଇଟ ମାଧ୍ୟମରେ ମଧ୍ୟ ଭୋଟର ମାନେ ନିଜ ନାମ ଯାଞ୍ଚ କରିପାରିବେ। ସମସ୍ତ ଭୋଟର ନିଜର ନାମ, ଠିକଣା ଓ ଅନ୍ୟାନ୍ୟ ବିବରଣୀ ଚୁଡାନ୍ତ ଭୋଟର ତାଲିକାରେ ଯାଞ୍ଚ କରିନେବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଅନୁରୋଧ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର (ନିର୍ବାଚନ) ରୁନୀତା ପ୍ରଧାନ, ପୁରୀ ତହସିଲଦାର ଅଭିଷେକ ଦାଶ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande