ସହରର ପରିମଳ ବ୍ୟବସ୍ଥା ସୁଧୁରିବ କେବେ?
ସମ୍ବଲପୁର, ୨୧ ସେପ୍ଟେମ୍ବର(ହି.ସ.) – ଅତ୍ୟାଧୁନିକ ସହରର ରୂପରେଖ ନେବା ଅଭିମୁଖେ ଦୃତଗତିରେ ଏବେ ଆଗେଇ ଚାଲିଛି ସମ୍ବଲପୁର ସହର। ହେଲେ ଆଭ୍ୟନ୍ତରୀଣ ପରିମଳ ସମସ୍ୟା ଯେ ଦିନକୁ ଦିନ ଜଟିଳ ଅବସ୍ଥାକୁ ଗତି କରୁଛି ସେ ସମ୍ପର୍କରେ ମହାନଗର ନିଗମ କର୍ତୃପକ୍ଷ ବା କୌଣସି ଅଧିକାରୀ ସାମାନ୍ୟ ତମ ଦୃଷ୍ଟି ଦେଉନ
ସହରର ପରିମଳ ବ୍ୟବସ୍ଥା ସୁଧୁରିବ କେବେ ?


ସହରର ପରିମଳ ବ୍ୟବସ୍ଥା ସୁଧୁରିବ କେବେ ?


ସହରର ପରିମଳ ବ୍ୟବସ୍ଥା ସୁଧୁରିବ କେବେ ?


ସହରର ପରିମଳ ବ୍ୟବସ୍ଥା ସୁଧୁରିବ କେବେ ?


ସହରର ପରିମଳ ବ୍ୟବସ୍ଥା ସୁଧୁରିବ କେବେ ?


ସମ୍ବଲପୁର, ୨୧ ସେପ୍ଟେମ୍ବର(ହି.ସ.) – ଅତ୍ୟାଧୁନିକ ସହରର ରୂପରେଖ ନେବା ଅଭିମୁଖେ ଦୃତଗତିରେ ଏବେ ଆଗେଇ ଚାଲିଛି ସମ୍ବଲପୁର ସହର। ହେଲେ ଆଭ୍ୟନ୍ତରୀଣ ପରିମଳ ସମସ୍ୟା ଯେ ଦିନକୁ ଦିନ ଜଟିଳ ଅବସ୍ଥାକୁ ଗତି କରୁଛି ସେ ସମ୍ପର୍କରେ ମହାନଗର ନିଗମ କର୍ତୃପକ୍ଷ ବା କୌଣସି ଅଧିକାରୀ ସାମାନ୍ୟ ତମ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ସହରରେ ଘରଦ୍ୱାର ଓ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ, ସହରର ପରିମଳ ବ୍ୟବସ୍ଥା ସୁଧାରିବାରେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଉନଥିବା କୁହାଯାଉଛି। ସହରର ବିଭିନ୍ନ ସ୍ଥାନରୁ ଉଛେଦ କରାଯାଉଥିବା ଜବର ଦଖଲ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ବହୁ ପୂର୍ବରୁ ଥିଲେ ମଧ୍ୟ, ହଠାତ୍ ନିଦ୍ରାଭଙ୍ଗ ପରେ ମହାନଗର ନିଗମ ପକ୍ଷରୁ ହେଉଥିବା ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ପକ୍ଷରୁ ବେଶ୍ ସ୍ୱାଗତ କରାଯାଉଛି। ବିଭିନ୍ନ ଗଣମାଧ୍ୟମରେ ଫଟୋ ପ୍ରକାଶିତ ହେବାସହ ନେତା, ମନ୍ତ୍ରୀଙ୍କ ବାହାବା ମଧ୍ୟ ସମ୍ବଲପୁର ମହାନଗର ନିଗମକୁ ଏକ ପ୍ରକାର ଉତ୍ସାହିତ କରାଇ ଆସୁଛି। ହେଲେ ପରିମଳ ଓ ପରିବେଶ ପ୍ରତି ମହାନଗର ନିଗମର ଅଣଦେଖାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସହରର ଧନୁପାଲି ଛକ ଓ ସାକ୍ଷୀପଡ଼ା ମଧ୍ୟରେ ଥିବା ବିଭିନ୍ନ ପଡ଼ାରାସ୍ତା ପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଦୀର୍ଘ ଦିନ ଧରି ପଡ଼ିରହିବା ଓ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିବା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ଦେଇ ପଥଚାରୀ ଠାରୁ ଆରମ୍ଭ କରି ବିଭିନ୍ନ ଯାନବାହାନରେ ଯା-ଆସ କରୁଥିବା ଲୋକେ ଦୁର୍ଗନ୍ଧ ଯୋଗୁଁ ରାସ୍ତା ବଦଳାଇବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ନିର୍ବାଚିତ ଲୋକ ପ୍ରତିନିଧି ମୁକ୍ତ ସହରର ସମସ୍ତ ୱାର୍ଡ଼ର ଅବସ୍ଥା ଦିନକୁ ଦିନ ଶୋଚନୀୟ ଅବସ୍ଥାକୁ ଗତି କରୁଥିଲେ ମଧ୍ୟ ପ୍ରଶାସନିକ ଦୃଷ୍ଟିରେ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ମହାନଗର ନିଗମ କଛପ ଗତିରେ କାର୍ଯ୍ୟ କରିଆସୁଛି। ସହରର ବିଭିନ୍ନ ରାସ୍ତାକୁ ପ୍ରଶସ୍ତିକରଣ ଲକ୍ଷ୍ୟରେ ଜବର ଦଖଲ ଉଛେଦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି। ପ୍ରଶାସନିକ କାର୍ଯ୍ୟାଳୟ ଓ ନିର୍ଦ୍ଧିଷ୍ଟ ମୁଖ୍ୟ ରାସ୍ତାକୁ ଛାଡ଼ିଦେଲେ ସହରର ଅଧିକାଂଶ ୱାର୍ଡ଼ରେ ଦୀର୍ଘ ସମୟ ଧରି ଅଳିଆ ଆବର୍ଜ୍ଜନା ଜମାରହିବା ମହାନଗର ନିଗମର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସାଜିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande