
ଭୁବନେଶ୍ୱର, ୨୧ ସେପ୍ଟେମ୍ବର (ହି.ସ)- ସର୍ବଦଳୀୟ ବୈଠକ ଚିରାଚରିତ କଥା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ସେ କହିଛନ୍ତି ଯେ ବିଧାନସଭାକୁ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି କହିଛନ୍ତି। ରାଜ୍ୟବାସୀଙ୍କ ସ୍ୱାର୍ଥରେ ଯେଉଁ ପ୍ରସ୍ତାବ ଦେଉଛୁ ଆଲୋଚନା ପାଇଁ କହିଛୁ। ଏମଏମଡିଆର , ପାଠ୍ୟପୁସ୍ତକ ତ୍ରୁଟିକୁ ଆଲୋଚନା ପାଇଁ ଆମେ କହିଛୁ। ଆମେ ଏ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବୁ ବୋଲି କହିଛନ୍ତି ବିଧାୟକ ଅଶୋକ ଦାସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା