
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ଚୌଦ୍ବାର ଜେଲ୍ ଅଧୀକ୍ଷକ ଗିରଫ ଘଟଣାରେ କଟକ ଡିସିପି
ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଜେଲ ଅଧୀକ୍ଷକ ଅଫିସିଆଲ୍ ରେକର୍ଡ ଜାଲିଆତି
କରିବା ନେଇ ଅଭିଯୋଗ ରହିଥିଲା । ଅନ୍ୟ ଷ୍ଟାଫ୍ଙ୍କ ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗ ରହିଛି
। ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ । ଯେଉଁ ମିନିଟ୍ ବୁକ୍ ନେଇ ଅଭିଯୋଗ
ରହିଛି, ତାହା ଏଯାବତ ମିଳି
ନାହିଁ ବୋଲି ଡିସିପି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା