ପୁରୀରୁ ଦକ୍ଷିଣକୁ ଥିବା ଜିଲ୍ଲାଗୁଡ଼ିକ ବେଶୀ ପ୍ରଭାବିତ ହେବ - ଆଇଏମଡି ଡିଜି
ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)-ବଙ୍ଗୋପସାଗରରେ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ ଅବପାତ ପ୍ରଭାବରେ ପୁରୀରୁ ଦକ୍ଷିଣକୁ ଥିବା ଜିଲ୍ଲାଗୁଡ଼ିକ ସବୁଠାରୁ ବେଶୀ ପ୍ରଭାବିତ ହେବ। ୨୨
IMD DG


ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)-ବଙ୍ଗୋପସାଗରରେ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ ଅବପାତ ପ୍ରଭାବରେ ପୁରୀରୁ ଦକ୍ଷିଣକୁ ଥିବା ଜିଲ୍ଲାଗୁଡ଼ିକ ସବୁଠାରୁ ବେଶୀ ପ୍ରଭାବିତ ହେବ। ୨୨ ତାରିଖ ସନ୍ଧ୍ୟାରୁ ୫୫ରୁ ୬୫ କିମି ବେଗରେ ପବନ ବହିବ। ୨୩ ଓ ୨୪ ତାରିଖରେ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଅଧିକ ବର୍ଷା ହେବ। ଏପରିକି ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେବାକୁ ଥିବାରୁ ନଦୀର ଜଳସ୍ତର ବଢ଼ିବା ସମ୍ଭାବନା ରହିଛି। ତଳିଆ ଅଂଚଳ ମଧ୍ୟ ଜଳମଗ୍ନ ହୋଇପାରେ। ସେହିପରି ସହରୀ ବନ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି କହିଛନ୍ତି ଆଇଏମଡି ଡିଜି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande