ଯାଜପୁରର ଶିବାଙ୍ଗୀଙ୍କୁ ମିଳିଲା ତ୍ୱରିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତା
ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)- ଦିବ୍ୟାଙ୍ଗ ଶିଶୁ ଶିବାଙ୍ଗୀବୈଷ୍ଣବୀ ନାୟକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରାଯାଇଛି। ତାଙ୍କ ଅସୁବିଧା କଥା ଜାଣି ଶିବାଙ୍ଗୀଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମ
ଯାଜପୁରର ଶିବାଙ୍ଗୀଙ୍କୁ ମିଳିଲା ତ୍ୱରିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତା


ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)- ଦିବ୍ୟାଙ୍ଗ ଶିଶୁ ଶିବାଙ୍ଗୀବୈଷ୍ଣବୀ ନାୟକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରାଯାଇଛି। ତାଙ୍କ ଅସୁବିଧା କଥା ଜାଣି ଶିବାଙ୍ଗୀଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ଶିବାଙ୍ଗୀଙ୍କ ଆବଶ୍ୟକ ଚିକିତ୍ସା ସୁନିଶ୍ଚିତ କରାଯାଇଥିଲା । ଏମ୍ସ ଭୁବନେଶ୍ୱରରେ ତାଙ୍କ ହାତର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ତାଙ୍କର ଚିକିତ୍ସା ଓ ଅସ୍ତ୍ରୋପଚାର ବ୍ୟବସ୍ଥା କରାଯାଇଥିବା ସହ ହସ୍ପିଟାଲରେ ତାଙ୍କ ଚିକିତ୍ସା ସୁଚାରୁ ଭାବେ ଚାଲିବା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଛି । ମାଇକ୍ରୋବ୍ଲୋଗିଙ୍ଗ ସାଇଟ “ଏକ୍ସ”ରେ ଦେବୀପ୍ରସାଦ ନାମକ ଜଣେ ୟୁଜର ଏ ବାବଦରେ ଜଣାଇବା ପରେ ମନ୍ତ୍ରୀ ଅସ୍ତ୍ରୋପଚାର ନିମନ୍ତେ ନିର୍ଦେଶ ଦେଇଥିଲେ ।

୨୦୨୫ ମସିହାରେ ମଧ୍ୟ ତାଙ୍କ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବା ସହ ଶିବାଙ୍ଗୀଙ୍କୁ ଏକ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯିବାରେ ସହଯୋଗ କରାଯାଇଥିଲା। ଶିବାଙ୍ଗୀଙ୍କ ଚିକିତ୍ସା ଓ ଆବଶ୍ୟକ ସହାୟତା ପାଇଁ ତ୍ୱରିତ ପଦକ୍ଷେପ ନେଇଥିବାରୁ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କୁ ଶିବାଙ୍ଗୀଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande