ବର୍ଷା ପାଇଁ ୨୩ରୁ ୨୪ ବନ୍ଦ ରହିବ କଳିଙ୍ଗା ଘାଟି
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ଲଘୁଚାପ ବର୍ଷା ପାଇଁ ୨୩ରୁ ୨୪ ବନ୍ଦ ରହିବ କଳିଙ୍ଗା ଘାଟିରେ ଯାତାୟାତ । ଏନେଇ ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ଷା ରେଡ ଆଲର୍ଟରୁ ଭୂସ୍ଖଳନ ଆଶଙ୍କା ଥିବାରୁ ବନ୍ଦ ରହିବ କଳିଙ୍ଗା ଘାଟି । ବିକଳ୍ପ ରାସ୍ତା ଦେ
ବର୍ଷା ପାଇଁ ୨୩ରୁ ୨୪ ବନ୍ଦ ରହିବ କଳିଙ୍ଗା ଘାଟି


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ଲଘୁଚାପ ବର୍ଷା ପାଇଁ ୨୩ରୁ ୨୪ ବନ୍ଦ ରହିବ କଳିଙ୍ଗା

ଘାଟିରେ ଯାତାୟାତ । ଏନେଇ ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ଷା

ରେଡ ଆଲର୍ଟରୁ ଭୂସ୍ଖଳନ ଆଶଙ୍କା ଥିବାରୁ ବନ୍ଦ ରହିବ କଳିଙ୍ଗା ଘାଟି । ବିକଳ୍ପ ରାସ୍ତା ଦେଇ

ଯାତାୟାତ ଜାରି ରହିବ । ଚିକିଟିରେ ବନ୍ୟା ଓ ପାତ୍ରପୁରରେ ଭୂସ୍ଖଳନର ଆଶଙ୍କା ରହିଛି । ଉଭୟ

ସ୍ଥାନରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍କୁ ପ୍ରସ୍ତୁତ ରଖାଯାଇଛି । କନ୍ଧମାଳ ଜିଲ୍ଲାପାଳଙ୍କ ସହ ସମନ୍ବୟ

ରକ୍ଷା କରି କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande