
ଜୟପୁର, ୨୧ ସେପ୍ଟେମ୍ବର (ହି.ସ.) - ଜୟପୁର ସହରରେ ଆଜି ସ୍ପଷ୍ଟ ଦିବା ଲୋକରେ ମହିଳା ଶ୍ରମିକଙ୍କ ଠାରୁ ମୋବାଇଲ ଲୁଟ କରି ଚମ୍ପଟ ମାରିବା ସମୟରେ ଘଟିଥିଲା ଦୁର୍ଘଟଣା ୨ ଲୁଟେରାକୁ ଧରି ପୋଲିସକୁ ଜିମା ଦେଲେ ଲୋକେ । ସୁଚନା ଅନୁଯାଇ ୨ ଜଣ ମହିଳା ଶ୍ରମିକ କୁମାରୀ ଖରା ଓ ଶାନ୍ତି ହରିଜନ ଯାଉଥିବା ସମୟରେ ପଂଚାନନ ମନ୍ଦିର ଛକରେ ଦୁଇ ଜଣ ଦୁର୍ବୁତ ଆସି ମୋବାଇଲ ଲୁଟ କରିଥିଲେ । ମୋବାଇଲ ଲୁଟ କରି ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଭାରସ୍ୟାମ ହରାଇ ଦୁର୍ଘଟଣା ଘଟାଇବା ପରେ ସ୍ଥାନୀୟ ଲେକେ ଡଙ୍ଗର ଦେଇ ମନ୍ଦିର ନିକଟରେ ଧରିଥିଲେ । ଦୁଇ ଜଣ ମହିଳା ନିଜ କାଯ୍ୟା ସ୍ଥଳକୁ ଯାଉଥିବା ବେଳେ ବାଇକରେ ଆସି ଦୁଇ ଜଣ ଯୁବକ ପଛପଟୁ ମୋବାଇଲ ଲୁଟ କରି ବାଇକରେ ଚମ୍ପଟ ମାରିବା ସମୟରେ ଜଣେ ଛୋଟ ଶିଶୁ କୁ ଧକ୍କା ଦେଇ ଦୁଇ ଜଣ ତଳେ ପଡିଯାଇଥିଲେ । ତାଙ୍କର ବାଇକ ଆଉ ଷ୍ଟାର୍ଟ ହେଲା ନାହିଁ । ଫଳରେ ସ୍ଥାନୀୟ ବାସିନ୍ଦା ୨ ଲୁଟେରାକୁ ଧରି ଟାଉନ ପୋଲିସ କୁ ସୁଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ୨ ଲୁଟେରାକୁ କାବୁ କରି ଥାନା କୁ ନେଇ ଥିଲେ । ଏନେଇ ଦୁଇ ଜଣ ମହିଳା ଶ୍ରମିକ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି