
ଜୟପୁର, ୨୧ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ସମେତ କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ ୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଛି। ଆଜି, ୨୧ ସେପ୍େଟମ୍ବର ୨୦୨୬ରେ କୋରାପୁଟ ଜିଲ୍ଲାର ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଆଜି କୋରାପୁଟ୍ ଠାରେ ଜିଲ୍ଲାପାଲ୍ ମନୋଜ ସତ୍ୟଂନ୍ ମହାଜନ, ଜୟପୁୂର୍ ଉପ ଜି୍ଲାପାଳ ଉପ ସ୍ତିଟ ଥିଲେ।
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ନିୟମ, ମାର୍ଗଦର୍ଶିକା ଓ ନିର୍ଦ୍ଦେଶାନୁଯାୟୀ କୋରାପୁଟ ଜିଲ୍ଲାରେ ଏସ ଆଇ ଆର-୨୦୨୬ର ସମଗ୍ର ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏସଆଇଆର-୨୦୨୬ ପ୍ରକ୍ରିୟା ୨୦ ମେ ୨୦୨୬ରୁ ଆରମ୍ଭ ହୋଇଥିବାବେଳେ, ଘରକୁ ଘର ଯାଇ ଗଣନା କାର୍ଯ୍ୟ ୩୦ ମେରୁ ୨୮ ଜୁନ ୨୦୨୬ ପର?୍ୟ୍ୟନ୍ତ କରାଯାଇଥିଲା। ୫ ଜୁଲାଇ ୨୦୨୬ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଥିଲା। ସେତେବେଳେ କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୯,୦୪,୧୩୪ ଜଣ ଭୋଟର ଥିଲେ।
ଖସଡ଼ା ତାଲିକାରେ ନିର୍ବାଚନମଣ୍ଡଳୀୱାରୀ ଭୋଟର ସଂଖ୍ୟା ଥିଲା ୧୪୧–ଲକ୍ଷ୍ମୀପୁର: ୧,୬୪,୦୫୯, ୧୪୨–କୋଟପାଡ଼: ୧,୯୭,୬୫୨, ୧୪୩–ଜୟପୁର: ୧,୯୩,୨୯୦, ୧୪୪–କୋରାପୁଟ: ୧,୭୩,୦୫୩, ୧୪୫–ପଟ୍ଟାଙ୍ଗୀ: ୧,୭୬,୦୮୦, ଦାବି ଓ ଆପତି ଦାଖଲ ଏବଂ ନିଷ୍ପତି ପର୍ଯ୍ୟାୟ ୫ ଜୁଲାଇରୁ ୧୭ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ମୋଟ ୨,୧୨,୨୮୧ ଜଣ ଭୋଟରଙ୍କୁ ଶୁଣାଣି ପାଇଁ ଚିହ୍ନଟ କରାଯାଇଥିଲା ଏବଂ ୩୦ ଅଗଷ୍ଟ ୨୦୨୬ ସୁଦ୍ଧା ୧୦୦% ଶୁଣାଣି ସମ୍ପନ୍ନ ହୋଇଥିଲା।
ଏଥିରେ. ୪୨,୮୭୭ ଜଣ ଭୋଟରଙ୍କୁ ୨୦୦୨ ମସିହାର ଶେଷ ଝଓଜ ସହିତ ମ୍ୟାପ୍ ହୋଇନଥିବା ଭୋଟର ଭାବେ ଚିହ୍ନଟ କରାଯାଇଥିଲା। . ୧,୬୯,୪୦୪ ଜଣ ଭୋଟରଙ୍କ ମାମଲାରେ ୨୦୦୨ ମସିହାର ଭୋଟରଙ୍କ ସହିତ ମ୍ୟାପିଂ କରାଯିବା ସମୟରେ ବିଭିନ୍ନ ଅସଙ୍ଗତି/ତ୍ରୁଟି ଚିହ୍ନଟ ହୋଇଥିଲା। ଏଥିରେ ନାମ, ସମ୍ପର୍କୀୟଙ୍କ ନାମ, ଜନ୍ମତାରିଖ/ବୟସ, ଠିକଣା ଆଦିରେ ଥିବା ଅସଙ୍ଗତି ଅନ୍ତର୍ଭୁକ୍ତ। ଏହି ଶୁଣାଣିଗୁଡ଼ିକ ଏଇଅରଓ କାର୍ଯ୍ୟାଳୟ ଯଥା ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ପୌରପାଳିକା/ଏନ୍ ଏ ସି କାର୍ଯ୍ୟାଳୟ, କେତେକ ପଂଚାୟତ କାର୍ଯ୍ୟାଳୟରେ କରାଯାଇଥିଲା। ଶାରୀରିକ ଭାବେ ଉପସ୍ଥିତ ହୋଇପାରିନଥିବା କେତେକ ଭୋଟରଙ୍କ ପାଇଁ ଭିଡିଓ କନଫରେନ୍ସ ମାଧ୍ୟମରେ ମଧ୍ୟ ଶୁଣାଣି କରାଯାଇଥିଲା।
ଦାବି ଓ ଆପତି ପର୍ଯ୍ୟାୟରେ ଫର୍ମ–୬ ମାଧ୍ୟମରେ ୫,୬୮୫ ଜଣ ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରାଯାଇଥିବାବେଳେ, ମୃତ୍ୟୁ, ପୂର୍ବରୁ ନାମ ଥିବା, ସ୍ଥାନାନ୍ତରଣ ଏବଂ ଆଦି କାରଣରୁ ୧,୨୫୫ ଜଣ ଭୋଟରଙ୍କ ନାମ ବାଦ ଦିଆଯାଇଛି।
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୯,୦୮,୫୬୪ ଜଣ ଭୋଟର ଅଛନ୍ତି। ନିର୍ବାଚନମଣ୍ଡଳୀୱାରୀ ସଂଖ୍ୟା ହେଉଛି - ୧୪୧–ଲକ୍ଷ୍ମୀପୁର: ୧,୬୪,୪୭୭, ୧୪୨–କୋଟପାଡ଼: ୧,୯୮,୨୧୫, ୧୪୩–ଜୟପୁର: ୧,୯୪,୮୫୬, ୧୪୪–କୋରାପୁଟ: ୧,୭୪,୪୫୦, ୧୪୫–ପଟ୍ଟାଙ୍ଗୀ: ୧,୭୬,୫୬୬ ମୋଟ ୯,୦୮,୫୬୪ ଜଣ ଭୋଟରଙ୍କ ମଧ୍ୟରୁ ୪,୬୬,୯୧୯ ଜଣ ମହିଳା ଭୋଟର (୫୧.୩୯%), ୪,୪୧,୫୭୨ ଜଣ ପୁରୁଷ ଭୋଟର (୪୮.୬୦%) ଏବଂ ୭୩ ଜଣ ତୃତୀୟ ଲିଙ୍ଗ ଭୋଟର (୦.୦୧%) ଅଛନ୍ତି।
ଏସ ଆଇ ଆର୍ ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକାରେ ନିଜର ବିବରଣୀ ସମ୍ପୃକ୍ତ ବୁଥ୍ ଲେଭେଲ୍ ଅଫିସର ଙ୍କ ସହ ଯୋଗାଯୋଗ କରି କିମ୍ବା ସିଇଓ ଓଡ଼ିଶା ୱେବସାଇଟ୍ ମାଧ୍ୟମରେ ଯାଂଚ କରିପାରିବେ।
ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ଅପିଲର ବ୍ୟବସ୍ଥା ମଧ୍ୟ ରହିଛି। ଏସଆଇଆର–୨୦୨୬ର ଦାବି ଓ ଆପତି ପର୍ଯ୍ୟାୟରେ ନୋଟିସ ପାଇ ଶୁଣାଣିରେ ଅଂଶଗ୍ରହଣ କରିଥିବା ଯେଉଁ ଭୋଟରମାନେ ସମ୍ପୃକ୍ତ ଇଆରଓ/ଏଇଆରଓଙ୍କ ନିଷ୍ପତିରେ ସନ୍ତୁଷ୍ଟ ନୁହନ୍ତି, ସେମାନେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ତାରିଖଠାରୁ ୧୫ ଦିନ ମଧ୍ୟରେ ପ୍ରଥମ ଅପିଲ କର୍ତୃପକ୍ଷ, ଜିଲ୍ଲା ନିର୍ବାଚନ ଅଧିକାରୀ–ତଥା–ଜିଲ୍ଲାପାଳ, କୋରାପୁଟଙ୍କ ନିକଟରେ ଅପିଲ କରିପାରିବେ।
ଦ୍ୱିତୀୟ ଅପିଲ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିକଟରେ କରାଯାଇପାରିବ। ଜିଲ୍ଲା ନିର୍ବାଚନ ଅଧିକାରୀ–ତଥା–ଜିଲ୍ଲାପାଳ, କୋରାପୁଟଙ୍କ ଆଦେଶ ତାରିଖଠାରୁ ୩୦ ଦିନ ମଧ୍ୟରେ ଦ୍ୱିତୀୟ ଅପିଲ କରିବାକୁ ପଡ଼ିବ। ଅପିଲକାରୀ ନିଜେ ସ୍ୱାକ୍ଷର କରିଥିବା ମେମୋରାଣ୍ଡମ୍ ମାଧ୍ୟମରେ ଅପିଲ ଦାଖଲ କରିପାରିବେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ମଧ୍ୟ ପଠାଇପାରିବେ।
କୋରାପୁଟ ଜିଲ୍ଲାରେ ଝଓଜ–୨୦୨୬ର ସମସ୍ତ ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ନିଜ ନିଜ ବୁଥ୍ରେ ନିଯୁକ୍ତ ବିଏଲଏ ମାଧ୍ୟମରେ ମୃତ, ସ୍ଥାନାନ୍ତରିତ ଓ ପୂର୍ବରୁ ନାମ ଥିବା ଭୋଟରମାନଙ୍କୁ ଚିହ୍ନଟ କରିବା, ଖସଡ଼ା ଭୋଟର ତାଲିକା ଯାଂଚ କରିବା ଏବଂ ଏସଆଇଆର–୨୦୨୬ ସମ୍ପର୍କିତ ବିଭିନ୍ନ ସମୀକ୍ଷା ବୈଠକରେ ଯୋଗଦେବା ଭଳି କାର୍ଯ୍ୟରେ ସେମାନେ ସହଯୋଗ କରିଥିଲେ।
ଏସଆଇଆର–୨୦୨୬ର ମୂଳ ନିର୍ଦ୍ଦେଶକ ନୀତି ଓ କାର୍ଯ୍ୟକାରୀ ଉଦ୍ଦେଶ୍ୟ ଥିଲା- “କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ସାମିଲ ହେବେ ନାହିଁ।”
ହିନ୍ଦୁସ୍ଥାନ ସମାଚାର / ପିକେପି