
ଭୁବନେଶ୍ୱର,୨୧ ସେପ୍ଟେମ୍ବର (ହି.ସ)- ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ୬ଟି ବିଲ୍ ଆସିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏମଏମଡିଆର କିମ୍ବା ଅନ୍ୟ ଯେଉଁ ପ୍ରଶ୍ନ ବିରୋଧୀ ଆଣିବେ ଆଲୋଚନା ହେବ। ବାଚସ୍ପତି ଯାହା ନିଷ୍ପତି ନେବେ ସେହି ଅନୁଯାୟୀ ଆଲୋଚନା ହେବ। ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯେକୌଣସି ଆଲେଚନା ହେବ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା