
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)-ଦେବଗଡ ଜିଲ୍ଲା ଗସ୍ତରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଏହି ଅବସରରେ ସେ ବିକାଶମୂଳକ ସରକାରୀ ଯୋଜନା ଓ ରାଜସ୍ୱ ବିଭାଗର ସମୀକ୍ଷା କରିଛନ୍ତି। ଏଥିରେ
ବିଭିନ୍ନ ପ୍ରଗତିଶୀଳ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଲୋକଙ୍କ
ପାଖରେ ସରକାରୀ ସେବା ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ସଠିକ୍ ଭାବେ ପହଞ୍ଚାଇବା ଏବଂ ଆଞ୍ଚଳିକ
ସମସ୍ୟାର ସମାଧାନ କରିବା ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା