
ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ପଶ୍ଚିମ କେନ୍ଦ୍ରୀୟ
ଏବଂ ଏହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଅବପାତ ପ୍ରାୟ ପଶ୍ଚିମ ଦିଗକୁ ଗତି
କରି ଏହା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୨୫୦ କିମି ପୂର୍ବ-ଦକ୍ଷିଣପୂର୍ବ, ପୁରୀଠାରୁ ୨୭୦ କିମି ଦକ୍ଷିଣ-ପୂର୍ବ, ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟଣମଠାରୁ ୩୩୦ କିମି ପୂର୍ବ-ଦକ୍ଷିଣପୂର୍ବ ଏବଂ
ବିଶାଖାପାଟଣାଠାରୁ ୪୧୦ କିମି ପୂର୍ବରେ ରହିଛି। ଆଜି ସନ୍ଧ୍ୟା ମଧ୍ୟରେ ଏହା
ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ
ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେବାର ଅତ୍ୟଧିକ ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ମଧ୍ୟ
ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଏହା ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର
ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ
ଅତିକ୍ରମ କରିବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ
ହୋଇଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅତ୍ୟନ୍ତ ପ୍ରବଳ ବର୍ଷା ଓ ଉପକୂଳ ଓଡ଼ିଶାରେ ବିସ୍ତାରିତ
ବର୍ଷା ସମ୍ଭାବନା ରହିଛି। ଭୟବିତ ନ ହୋଇ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ
ବିଜ୍ଞାନୀ ବିଶ୍ୱଜିତ୍ ସାହୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା