
ଆଇଚି-ନାଗୋୟା, ସେପ୍ଟେମ୍ବର 23 (ହି.ସ)। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ବନ୍ଧୁକଚାଳକ ମନୁ ଭାକର ବୁଧବାର ଏସୀୟ କ୍ରୀଡ଼ାରେ ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ 579 ପଏଣ୍ଟ ହାସଲ କରି ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହିଛନ୍ତି।
ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଯୋଗ୍ୟତା ପର୍ଯ୍ୟାୟରେ ସ୍ଥିର ଥିଲେ ଏବଂ ଶ୍ରେଷ୍ଠ ତିନୋଟି ସ୍ଥାନରେ ରହି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
ଭାରତର ଏଶା ସିଂହ 572 ସ୍କୋର ସହ 15ତମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିପାରିନଥିଲେ। ଏଥି ସହିତ, ସୁରୁଚି ସିଂ 568 ପଏଣ୍ଟ ସହ 26 ତମ ସ୍ଥାନ ହାସଲ କରିଥିଲେ।
ବନ୍ଧୁକ ଚାଳନାରେ ଭାରତର ପଦକ ତାଲିକା
ମହିଳା 10 ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ଭାରତ ଏକ କଠିନ ପ୍ରତିଦ୍ୱନ୍ଦ୍ୱିତାମୂଳକ ପଦକ ମ୍ୟାଚ୍ ଭିଏତନାମ ଠାରୁ ହାରିଥିଲା। ଉଭୟ ଦଳ 1719 ପଏଣ୍ଟରେ ସମାନ ସ୍ଥିତିରେ ଥିଲେ, କିନ୍ତୁ ଭାରତ ଆଭ୍ୟନ୍ତରୀଣ-10 ଆଧାରରେ ଚତୁର୍ଥ ସ୍ଥାନରେ ରହିଥିଲା।ଏସୀୟ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ପାଞ୍ଚଟି ପଦକ ଜିତିଛି, ଯେଉଁଥିରେ ଚାରିଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ଅନ୍ତର୍ଭୁକ୍ତ | ତେବେ ଭାରତୀୟ ବନ୍ଧୁକଚାଳକମାନେ ଏବେ ବି ସ୍ୱର୍ଣ୍ଣ ପଦକକୁ ଅପେକ୍ଷା କରିଛନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା