
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ସାଂସଦ ଶ୍ରୀମତୀ
ଅନିତା ଶୁଭଦର୍ଶିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ
ଅନ୍ୟମାନେ ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆସିକାର ଲୋକପ୍ରିୟ
ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା
। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁଖୀ, ନିରୋଗ ଓ ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ
କରନ୍ତୁ ।
ଉପମୁଖ୍ୟମନ୍ତ୍ରୀ କେଭି
ସିଂହଦେଓ କହିଛନ୍ତି ଯେ, ଆସ୍କା ଲୋକସଭା କ୍ଷେତ୍ର ର ମାନନୀୟା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ
ଙ୍କୁ ତାଙ୍କ ଶୁଭ ଜନ୍ମଦିନ ଅବସରରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ନିରୋଗ, ସୁସ୍ଥ ଏବଂ ନିରାମୟ ରଖନ୍ତୁ। ପ୍ରଭୁଙ୍କ କୃପାରୁ ଆପଣଙ୍କ ଜୀବନ
ସଦାସର୍ବଦା ସୁଖ ଓ ସମୃଦ୍ଧିରେ ଭରିରହୁ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ଆସିକା ଲୋକସଭା ନିର୍ବାଚନମଣ୍ଡଳୀର ଲୋକପ୍ରିୟ ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ
ଶ୍ରୀଜଗନ୍ନାଥ ଏବଂ ମା’ ତାରାତାରିଣୀଙ୍କ ଆଶୀର୍ବାଦରୁ ଆପଣ ସର୍ବଦା ସୁସ୍ଥ, ନିରୋଗ ଓ
ଦୀର୍ଘାୟୁ ରୁହନ୍ତୁ। ଜନସେବା କ୍ଷେତ୍ରରେ ଆପଣଙ୍କର ନିଷ୍ଠା ଓ ସମର୍ପଣ ଆହୁରି ସୁଦୃଢ଼ ହେଉ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ଆସିକାର ମାନନୀୟା ସାଂସଦ ଶ୍ରୀମତୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ମା' ସମଲେଇଙ୍କ
ନିକଟରେ ଆପଣଙ୍କ ସୁଖ ସମୃଦ୍ଧି କାମନା କରୁଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ
ତଥା ସମ୍ବଲପୁର ସାଂସଦ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସହ
ସୁଖ ଓ ସମୃଦ୍ଧି ପ୍ରଦାନ କରନ୍ତୁ, ଏହା କାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା