
ଭୁବନେଶ୍ୱର, 23 ସେପ୍ଟେମ୍ବର
(ହି.ସ) ପବିତ୍ର ବାମନ ଜନ୍ମ ତଥା ସୁନିଆଁ ଓ ଉତ୍କଳୀୟ ସନ ୧୪୩୪ ସାଲ ଆରମ୍ଭ ଅବସରରେ ସମସ୍ତଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏହି ଅବସରରେ ସୋସିଆଲ
ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ବାମନ ଜନ୍ମ
ତଥା ସୁନିଆଁ ଓ ଉତ୍କଳୀୟ ସନ ୧୪୩୪ ସାଲ ଆରମ୍ଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ
ଅଭିନନ୍ଦନ ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ସମସ୍ତଙ୍କୁ
ପବିତ୍ର ବାମନ ଜନ୍ମ, ସୁନିଆଁ
ଓ ଉତ୍କଳୀୟ ସନ ୧୪୩୪ ସାଲ ଆରମ୍ଭର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ସମସ୍ତଙ୍କର
ମଙ୍ଗଳ କରନ୍ତୁ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ପବିତ୍ର ବାମନ ଜନ୍ମ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଭଗବାନ
ବିଷ୍ଣୁଙ୍କ ପଞ୍ଚମ ଅବତାର ଭଗବାନ ବାମନଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା