
ନୂଆଦିଲ୍ଲୀ, ୨୪ ସେପ୍େଟମ୍ବର (ହି.ସ.)- ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ ) ଦୁଗ୍ଧରୁ ତିଆରି ହୋଇନଥିବା ଉତ୍ପାଦକୁ ‘ପନୀର’ ନାମରେ ବିକ୍ରି କରିବା ଉପରେ ରୋକ ଲଗାଇବାକୁ ପ୍ରସ୍ତାବ ରଖିଛି। ଏଥିପାଇଁ ଖାଦ୍ୟ ସୁରକ୍ଷା ନିୟମରେ ପରିବର୍ତନର ଏକ ଡ୍ରାଫ୍ଟ ଜାରି କରାଯାଇଛି।
ପ୍ରସ୍ତାବ ଅନୁଯାୟୀ, ଯେଉଁ ଉତ୍ପାଦ ଦୁଗ୍ଧ କିମ୍ବା ଦୁଗ୍ଧ ରୁ ତିଆରି ସାମଗ୍ରୀରୁ ପ୍ରସ୍ତୁତ ହୋଇନାହିଁ, ସେଗୁଡ଼ିକର ନାମ, ପ୍ୟାକେଟର ଲେବଲ କିମ୍ବା ବିଜ୍ଞାପନରେ ‘ପନୀର’ ଶବ୍ଦର ବ୍ୟବହାର କରାଯାଇପାରିବ ନାହିଁ।
ପ୍ରାଧିକରଣ ର କହିବା ଅନୁଯାୟୀ, ଏହି ପଦକ୍ଷେପର ଉଦ୍ଦେଶ୍ୟ ଗ୍ରାହକଙ୍କୁ ସଠିକ ସୂଚନା ଦେବା ଏବଂ ସେମାନଙ୍କୁ ଭ୍ରମିତ ହେବାରୁ ବଂଚାଇବା। ଗ୍ରାହକ ସ୍ପଷ୍ଟ ଭାବେ ଜାଣିବା ଉଚିତ ଯେ ସେ ଦୁଗ୍ଧ ରୁ ତିଆରି ପନୀର କିଣୁଛନ୍ତି କିମ୍ବା ଅନ୍ୟ କୌଣସି ଉତ୍ପାଦ।
ଏନାଲଗ ଇନ ଡାୟରୀ ଶ୍ରେଣୀରେ ପୂର୍ବରୁ ଲାଇସେନ୍ସ କିମ୍ବା ପଞ୍ଜୀକୃତ ଏପରି ଉତ୍ପାଦ, ଯେଉଁଗୁଡ଼ିକ ଦୁଧରୁ ତିଆରି ହୋଇନାହିଁ, ସେମାନଙ୍କୁ ମଧ୍ୟ ନିଜ ନାମ, ଲେବଲ ଏବଂ ପ୍ରଚାରରୁ ‘ପନୀର’ ଶବ୍ଦ ହଟାଇବାକୁ ପଡ଼ିବ।
ଏଫଏସଏସଏଆଇ ଏହାକୁ ଏବେ ମସଦ ନିୟମ ଭାବେ ଜାରି କରିଛି। ସାଧାରଣ ଲୋକ ଏବଂ ସମ୍ପୃକ୍ତ କମ୍ପାନୀମାନଙ୍କଠାରୁ ଏହା ଉପରେ ପରାମର୍ଶ ଏବଂ ଆପତି ମଗାଯାଇଛି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ