
ନୂଆଦିଲ୍ଲୀ, ୨୪ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ବିଜ୍ଞାନ ଭବନରେ ଆରୋଗ୍ୟ ମନ୍ଥନ ୨୦୨୬ର ଉଦ୍ଘାଟନ କରିବେ। ଏହି ଆୟୋଜନରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ-ଜେଏୱାଇ )ର ଆଠ ବର୍ଷ ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ)ର ପାଂଚ ବର୍ଷ ପୂର୍ଣ୍ଣ ହେବାର ଉପଲବ୍ଧି ଉପରେ ଆଲୋଚନା ହେବ।
ଆରୋଗ୍ୟ ମନ୍ଥନ ୨୦୨୬ ସମୟରେ ଡିଜିଟାଲ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ବୀମା ସହ ଜଡ଼ିତ ଅନେକ ନୂଆ ପଦକ୍ଷେପର ଶୁଭାରମ୍ଭ କରାଯିବ। ଏଥିରେ ସିକ୍ୟୁର ଡାଟା ଏନଭାୟରନମେଂଟ ପ୍ରମୁଖ। ଏହାର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଡାଟାର ଦାୟିତ୍ୱପୂର୍ଣ୍ଣ ଏବଂ ସୁରକ୍ଷିତ ବ୍ୟବହାର ପାଇଁ ଉନ୍ନତ ଡିଜିଟାଲ ବ୍ୟବସ୍ଥା ପ୍ରସ୍ତୁତ କରିବା।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ସୂଚନା ଅନୁଯାୟୀ ଏବିପିଏମ- ଜେ ଏୱାଇ ଅଧୀନରେ ୬୦ କୋଟିରୁ ଅଧିକ ହିତାଧିକାରୀଙ୍କୁ କଭର କରାଯାଇସାରିଛି। ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ୧୩ କୋଟିରୁ ଅଧିକ ହସ୍ପିଟାଲରେ ଭର୍ତି ସୁବିଧା ଉପଲବ୍ଧ କରାଯାଇଛି, ଯାହାର ମୋଟ ରାଶି ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ।
୭୦ ବର୍ଷ ଏବଂ ତାଠାରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଯୋଜନାର ପରିସରରେ ସାମିଲ କରାଯିବାରୁ ପ୍ରାୟ ଛଅ କୋଟି ଅତିରିକ୍ତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ସୁରକ୍ଷାର ଲାଭ ପାଇଛନ୍ତି। ଏହି ବିସ୍ତାରର ଉଦ୍ଦେଶ୍ୟ ବୃଦ୍ଧମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚକୁ ନେଇ ଆର୍ôଥକ ସୁରକ୍ଷାକୁ ମଜବୁତ କରିବା।
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ମଧ୍ୟ ଡିଜିଟାଲ ସ୍ୱାସ୍ଥ୍ୟ ସେବାର ଦ୍ରୁତ ବିସ୍ତାର ହୋଇଛି। ଏପର୍ଯ୍ୟନ୍ତ ୯୭.୮ କୋଟିରୁ ଅଧିକ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଂଟ (ଆଭା) ତିଆରି କରାଯାଇଛି। ସେହିପରି, ୧୨୧ କୋଟିରୁ ଅଧିକ ସ୍ୱାସ୍ଥ୍ୟ ରେକର୍ଡ ଏହି ଡିଜିଟାଲ ଖାତାଗୁଡ଼ିକ ସହ ଯୋଡ଼ାଯାଇଛି। ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ୧୧ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ପେଶାଦାର ମଧ୍ୟ ଯୋଡ଼ି ହୋଇଛନ୍ତି।
ଆରୋଗ୍ୟ ମନ୍ଥନ ୨୦୨୬ରେ ଏହି ଉପଲବ୍ଧି ସହିତ ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ସେବାର ବିସ୍ତାର, ସ୍ୱାସ୍ଥ୍ୟ ଡାଟାର ସୁରକ୍ଷିତ ବ୍ୟବହାର ଏବଂ ନାଗରିକମାନଙ୍କ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ବଢ଼ାଇବା ସହ ଜଡ଼ିତ ପରବର୍ତୀ ପର୍ଯ୍ୟାୟ ଉପରେ ମଧ୍ୟ ଆଲୋଚନା ହେବ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ