ବ୍ରାହ୍ମଣ ମହାସଭା ଦ୍ୱାରା ବାମନ ଜୟନ୍ତୀ ଉତ୍ସବ ପାଳିତ
ବଲାଙ୍ଗିର, 24 ସେପ୍ଟେମ୍ବର (ହି.ସ.) - ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର (ରାଜ୍ୟ ବ୍ରାହ୍ମଣ ମହାସଭା ଦ୍ୱାରା ସ୍ୱିକୃତିପ୍ରାପ୍ତ) ତରଫରୁ ସଭାପତି ପ୍ରାଣବଲ୍ଲଭ ତ୍ରିପାଠି ଏବଂ ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି
ବ୍ରାହ୍ମଣ ମହାସଭା ଦ୍ୱାରା ବାମନ ଜୟନ୍ତୀ ଉତ୍ସବ ପାଳିତ


ବ୍ରାହ୍ମଣ ମହାସଭା ଦ୍ୱାରା ବାମନ ଜୟନ୍ତୀ ଉତ୍ସବ ପାଳିତ


ବଲାଙ୍ଗିର, 24 ସେପ୍ଟେମ୍ବର (ହି.ସ.) - ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର (ରାଜ୍ୟ ବ୍ରାହ୍ମଣ ମହାସଭା ଦ୍ୱାରା ସ୍ୱିକୃତିପ୍ରାପ୍ତ) ତରଫରୁ ସଭାପତି ପ୍ରାଣବଲ୍ଲଭ ତ୍ରିପାଠି ଏବଂ ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ସହ-ସଂପାଦକ ସଂକିର୍ତ୍ତନ ତ୍ରିପାଠି କର୍ତ୍ତା ରୂପେ ପୂଜାରେ ବସିଥିବା ବେଳେ ଆଚାର୍ଯ୍ୟ ପଣ୍ଡିତ ସନ୍ତୋଷ କୁମାର ମିଶ୍ର, ପଣ୍ଡିତ ସୁରେଶ ଚନ୍ଦ୍ର ପଣ୍ଡା ଓ ଅନ୍ୟାନ୍ୟ ଯଜ୍ଞାଚାର୍ଯ୍ୟ ପଣ୍ଡିତ ଙ୍କ ସହଯୋଗ ରେ ପୂଜା ବିଧି ଯଜ୍ଞାଦି ହୋମ କାର୍ଯ୍ୟ ତଥା ଶ୍ରୀମଦ୍ ଭାଗବତ ମହାପୁରଣା ଅଷ୍ଟମ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟ ବାମନ ଜନ୍ମୋତ୍ସବ ଉପାଖ୍ୟାନ ପଠନ କରି ସମାପନ କରିଥିବା ବେଳେ ଅନ୍ୟାନ୍ୟ ପଣ୍ଡିତ ବୃନ୍ଦ ଭାଗବତ ପଠନ ସହିତ ପୂଜାବିଧି କାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ କର୍ତ୍ତା ତଥା ବ୍ରାହ୍ମଣ ଦେବତା, ଶକ୍ତି ବାହିନୀ ଆନନ୍ଦ ଉଲ୍ଲାସରେ ସମବେତ ହୋଇ ଯଜ୍ଞାଦି କାର୍ଯ୍ୟ ସମ୍ପନ୍ନ କରିବା ସହିତ ମୃଦୁଙ୍ଗ, ଘଣ୍ଟ, ଶଙ୍ଖ, ଗିନି ଦ୍ୱାରା ଆଳତି ହୋଇ ପୁଷ୍ପାଞ୍ଜଳି ଭଗବାନ ବାମନକୁ ଅର୍ପଣ କରିବା ପରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ମହାସମାରୋହରେ ସମାପନ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣ ଦେବତା, ଶକ୍ତି ବାହିନୀ, ପର୍ଶୁରାମ ବାହିନୀ ତଥା ସ୍ୱତନ୍ତ୍ର ନିମନ୍ତ୍ରିୟ ସଦସ୍ୟ /ସଦସ୍ୟା ବୃନ୍ଦ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ପ୍ରକାଶ ଥାଉ କି ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସଭାପତି ପ୍ରାଣବଲ୍ଲଭ ତ୍ରିପାଠିଙ୍କ ଘୋଷଣା ଅନୁଯାୟୀ ଆସନ୍ତା ୨୬.୦୯.୨୦୨୬ ରିଖ (ଶନିବାର) ସକାଳ ଘ.୮ ସମୟରେ ମହାସଭା ତରଫରୁ ଭାଗବତ ଜୟନ୍ତୀ ଉତ୍ସବ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ପାଳିତ ହେବ ଏବଂ ସନ୍ଧ୍ୟା ଘ.୬ ସମୟରେ କରଙ୍ଗାକଟା /ନୃସିଂହ ମନ୍ଦିର ବନ୍ଧ ଆଡି ଠାରେ ଗଙ୍ଗା ଆଳତିରେ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ବିନମ୍ର ଅନୁରୋଧ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande