
ଗଂଜାମ, 24 ସେପ୍ଟେମ୍ବର (ହି.ସ.) ବର୍ଷା ଓ ସମ୍ଭାବ୍ୟ ବାତ୍ୟାର ସୂଚନା ସତ୍ତ୍ୱେ “ସର୍ବ ଭାରତୀୟ ଆୟୁର୍ବେଦିକ କଂଗ୍ରେସ, ଗଞ୍ଜାମ ଜିଲ୍ଲା ଶାଖା, ବ୍ରହ୍ମପୁର” ଏବଂ “ଡାକ୍ଟର୍ସ ଫୋରମ୍, ବ୍ରହ୍ମପୁର”ର* ମିଳିତ ଆନୁକୂଲ୍ୟରେ ଆଜି “୧୧ତମ ଜାତୀୟ ଆୟୁର୍ବେଦ ଦିବସ” ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନୀ ଓ ଖେଳ ପଡ଼ିଆ ପରିସରରେ ପ୍ରଥମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରେ ପଡ଼ିଆ ପରିସରରୁ ଅନ୍ନପୂର୍ଣ୍ଣା ବଜାର ଛକ ପର୍ଯ୍ୟନ୍ତ ଏକ ଆୟୁର୍ବେଦ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାକୁ “ଡାକ୍ଟର୍ସ ଫୋରମ୍, ବ୍ରହ୍ମପୁର”ର ସଭାପତି ତଥା ପୂର୍ବାଞ୍ଚଳ ଭାରତୀୟ ଅସ୍ଥିଶଲ୍ୟ ସଂଘର ସଭାପତି ତଥା ସୁନାମଧନ୍ୟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶଙ୍କର୍ଷଣ ପାତ୍ର ସବୁଜ ପତାକା ଦେଖାଇ ଔପଚାରିକ ଭାବେ ଶୁଭାରମ୍ଭ କରିଥିଲେ।
ଏଥିରେ ସର୍ବ ଭାରତୀୟ ଆୟୁର୍ବେଦିକ କଂଗ୍ରେସ, ଓଡ଼ିଶା ରାଜ୍ୟ ଉପସଭାପତି ଡାକ୍ତର ରାମଚନ୍ଦ୍ର ରଥ, ସର୍ବ ଭାରତୀୟ ଆୟୁର୍ବେଦିକ କଂଗ୍ରେସ, ଗଞ୍ଜାମ ଜିଲ୍ଲା ଶାଖା, ବ୍ରହ୍ମପୁରର ସଭାପତି ତଥା “ଡାକ୍ଟର୍ସ ଫୋରମ୍, ବ୍ରହ୍ମପୁର”ର ସାଧାରଣ ସମ୍ପାଦକ ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ, ସର୍ବ ଭାରତୀୟ ଆୟୁର୍ବେଦିକ କଂଗ୍ରେସ, ଗଞ୍ଜାମ ଜିଲ୍ଲା ଶାଖା, ବ୍ରହ୍ମପୁରର ସାଧାରଣ ସମ୍ପାଦକ ତଥା “ଡାକ୍ଟର୍ସ ଫୋରମ୍, ବ୍ରହ୍ମପୁର”ର ଯୁଗ୍ମ ସମ୍ପାଦକ ଡାକ୍ତର କିରଣ କୁମାର ପାଣିଗ୍ରାହୀ, ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ଚିକିତ୍ସକ ଯୋଗଦେଇଥିଲେ।
ଏହି ଅବସରରେ ଡାକ୍ତର ରମେଶ ଚନ୍ଦ୍ର ଦାସ,ଡ଼ା ଗାନ୍ଧୀ ଚୌଧୁରୀ,ଡାକ୍ତର ସୁଜିତ୍ ପାଣିଗ୍ରାହୀ, ଡାକ୍ତର ଟି ପ୍ରସନ ପାତ୍ର, ଡାକ୍ତର ଶିଶିର କାନ୍ତ ତ୍ରିପାଠୀ, ଡାକ୍ତର ଶିଶିର କାନ୍ତ ମିଶ୍ର, ଡାକ୍ତର ପ୍ରଦୀପ କୁମାର ପାତ୍ର, ଡାକ୍ତର ବିପିନ ବିହାରୀ ସାହୁ, ଡାକ୍ତର ପ୍ରଶାନ୍ତ କୁମାର ସାହୁ, ଡାକ୍ତର ପ୍ରସନ୍ନ କୁମାର କର, ଡାକ୍ତର ପ୍ରଫୁଲ୍ଲ କୁମାର ପାତ୍ର, ଡାକ୍ତର ରାଜେନ୍ଦ୍ର କୁମାର ତ୍ରିପାଠୀ, ଡାକ୍ତର ରବୀନ୍ଦ୍ରନାଥ ଗନ୍ତାୟତ, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର କଳାନିଧି ହୋତା, ଡାକ୍ତର ଚିନ୍ତାମଣି,ଡ଼ା ପ୍ରଶାନ୍ତ ସାହୁ,ଡାକ୍ତର ସମୀର କୁମାର ନାୟକ ଓ ଡାକ୍ତର ଏ. ବାଳକୃଷ୍ଣ,ଡାକ୍ତର ଭାସ୍ୱତୀ ପଣ୍ଡା, ଡାକ୍ତର ସଂସ୍କୃତି କୁମାରୀ ସାହୁଙ୍କ ସମେତ ବହୁ ବିଶିଷ୍ଟ ଭାରତୀୟ ଚିକିତ୍ସା ବିଜ୍ଞାନର ଚିକିତ୍ସକ ଉପସ୍ଥିତ ଥିଲେ।
ପଦଯାତ୍ରାରେ “ଅର୍ଜୁନ ହସ କ୍ଲବ, ବ୍ରହ୍ମପୁର”, “ଡାକ୍ଟରଜୀ ପ୍ରଭାତ ଶାଖା” ଏବଂ ଶ୍ରୀ ନାଗେଶ୍ୱର ପୃଷ୍ଟିଙ୍କ ଦ୍ୱାରା ପରିଚାଳିତ “ଜୟ ଜଗନ୍ନାଥ ୱାକର୍ସ କ୍ଲବ”ର ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗଦେଇ ଆୟୁର୍ବେଦର ମହତ୍ତ୍ୱ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଶ୍ରୀ ମହେନ୍ଦ୍ର କୁମାର ବେହେରା, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ଡାକ୍ତର କିରଣ କୁମାର ପାଣିଗ୍ରାହୀ, ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ ଓ ଡାକ୍ତର ସମୀର କୁମାର ନାୟକ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଡାକ୍ତର ରବୀନ୍ଦ୍ରନାଥ ଗନ୍ତାୟତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅତିଥି, ଚିକିତ୍ସକ, କାର୍ଯ୍ୟକର୍ତ୍ତା ଓ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ