ଝାରଖଣ୍ଡ -କାନାଡା ବ୍ୟାଙ୍କରେ ଦିନବେଳେ଼ ୪୨ ଲକ୍ଷରୁ ଅଧିକ ନଗଦ ଏବଂ ସ୍ୱର୍ଣ୍ଣାଭୂଷଣ ଲୁଟି ଅପରାଧୀ ଫେରାର
ପୂର୍ବ ସିଂହଭୂମ, ୨୪ ସେପ୍େଟମ୍ବର (ହି.ସ.)- ଗୋଲମୁରୀ ଥାନା ଅଂଚଳସ୍ଥିତ କାନାଡା ବ୍ୟାଙ୍କରେ ଗୁରୁବାର ସକାଳେ ଅସ୍ତ୍ରଧାରୀ ଅପରାଧୀମାନେ ଦିନରେ଼ ଡକାୟତିର ବଡ଼ ଘଟଣା ଘଟାଇଛନ୍ତି। ରେନକୋଟ ପିନ୍ଧି ବ୍ୟାଙ୍କରେ ପହଂଚିଥିବା ପ୍ରାୟ ପାଂଚରୁ ଛଅ ଜଣ ଅପରାଧୀ ଅସ୍ତ୍ର ଦେଖାଇ ବ୍ୟାଙ୍କକର୍ମୀ ଏବଂ ଗାର୍ଡଙ୍କୁ
ଝାରଖଣ୍ଡ -କାନାଡା ବ୍ୟାଙ୍କରେ ଦିନବେଳେ଼ ୪୨ ଲକ୍ଷରୁ ଅଧିକ ନଗଦ ଏବଂ ସ୍ୱର୍ଣ୍ଣାଭୂଷଣ ଲୁଟି ଅପରାଧୀ ଫେରାର


ପୂର୍ବ ସିଂହଭୂମ, ୨୪ ସେପ୍େଟମ୍ବର (ହି.ସ.)- ଗୋଲମୁରୀ ଥାନା ଅଂଚଳସ୍ଥିତ କାନାଡା ବ୍ୟାଙ୍କରେ ଗୁରୁବାର ସକାଳେ ଅସ୍ତ୍ରଧାରୀ ଅପରାଧୀମାନେ ଦିନରେ଼ ଡକାୟତିର ବଡ଼ ଘଟଣା ଘଟାଇଛନ୍ତି। ରେନକୋଟ ପିନ୍ଧି ବ୍ୟାଙ୍କରେ ପହଂଚିଥିବା ପ୍ରାୟ ପାଂଚରୁ ଛଅ ଜଣ ଅପରାଧୀ ଅସ୍ତ୍ର ଦେଖାଇ ବ୍ୟାଙ୍କକର୍ମୀ ଏବଂ ଗାର୍ଡଙ୍କୁ ବନ୍ଧକ କରିନେଇଥିଲେ। ଏହାପରେ ବ୍ୟାଙ୍କର ଚେଷ୍ଟରୁ ୪୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଏବଂ ଲକରରେ ରଖାଯାଇଥିବା ବହୁ ପରିମାଣର ସ୍ୱର୍ଣ୍ଣାଭୂଷଣ ଲୁଟି ଦୁଇଟି ମୋଟରସାଇକେଲରେ ଫେରାର ହୋଇଯାଇଥିଲେ। ଫେରାର ହେବା ସମୟରେ ଅପରାଧୀମାନଙ୍କ ଫଟୋ ବ୍ୟାଙ୍କ ଏବଂ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଘଟଣା ସକାଳ ପ୍ରାୟ ସାଢ଼େ ନଅଟା ବେଳର ବୋଲି କୁହାଯାଉଛି। ସେତେବେଳେ ବ୍ୟାଙ୍କ ଖୋଲିସାରିଥିଲା ଏବଂ ପରିସରରେ ସଫେଇ କାମ ଚାଲିଥିଲା। ଏହି ସମୟରେ ରେନକୋଟ ପିନ୍ଧିଥିବା ଅପରାଧୀମାନେ ବ୍ୟାଙ୍କ ଭିତରକୁ ପ୍ରବେଶ କରି ଅସ୍ତ୍ର ଦେଖାଇ କର୍ମଚାରୀମାନଙ୍କୁ କାବୁ କରିନେଇଥିଲେ। ବ୍ୟାଙ୍କର ସୁରକ୍ଷା ଗାର୍ଡ ସନ୍ତୋଷ କୁମାର ଅପରାଧୀମାନଙ୍କୁ ବିରୋଧ କରିବାକୁ ଚେଷ୍ଟା କରିବାରୁ ଦୁର୍ବୃତମାନେ ବନ୍ଧୁକର ବଟରେ ତାଙ୍କୁ ପିଟିଥିଲେ। ମାଡ଼ପିଟରେ ଗାର୍ଡ ଆହତ ହୋଇଥିଲେ।

ଏହାପରେ ଅପରାଧୀମାନେ ବ୍ୟାଙ୍କ ମ୍ୟାନେଜର ଅଜିତ କୁମାରଙ୍କ ଚେମ୍ବରରେ ପହଂଚି ତାଙ୍କୁ ଅସ୍ତ୍ର ଦେଖାଇ ଚେଷ୍ଟ ପର୍ଯ୍ୟନ୍ତ ନେଇଯାଇଥିଲେ। ଗନ ପଏଂଟରେ ମ୍ୟାନେଜରଙ୍କ ଦ୍ୱାରା ଚେଷ୍ଟ ଖୋଲାଇବା ପରେ ଅପରାଧୀମାନେ ସେଥିରେ ରଖାଯାଇଥିବା ୪୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ବାହାର କରିନେଇଥିଲେ। ଏହା ବ୍ୟତୀତ ଲକରରେ ରଖାଯାଇଥିବା ବହୁ ପରିମାଣର ସୁନା ଅଳଙ୍କାର ମଧ୍ୟ ନିଜ କବଜାକୁ ନେଇଥିଲେ। ଘଟଣା ଘଟାଇ ଅପରାଧୀମାନେ ଦୁଇଟି ମୋଟରସାଇକେଲରେ ବସି ଫେରାର ହୋଇଯାଇଥିଲେ।

ଦିନରେ ବ୍ୟାଙ୍କରେ ଡକାୟତିର ସୂଚନା ମିଳିବା ମାତ୍ରେ ପୁଲିସ ବିଭାଗରେ ହଡ଼କମ୍ପ ସୃଷ୍ଟି ହୋଇଯାଇଥିଲା। ଗ୍ରାମୀଣ ଏସପି ଶୁଭମ ଖଣ୍ଡେଲୱାଲ, ଡିଏସପି ସୁମିତ କୁମାରଙ୍କ ସମେତ ଅନେକ ଥାନାର ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ବ୍ୟାଙ୍କ ଭିତରେ ଏବଂ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଂଚ କରିଥିଲା, ଯେଉଁଥିରେ ଅପରାଧୀମାନେ ବ୍ୟାଙ୍କରୁ ବାହାରି ଫେରାର ହେଉଥିବା ଛବି ସାମ୍ନାକୁ ଆସିଛି। ପୁଲିସ ଏହି ଫୁଟେଜ ଆଧାରରେ ଅପରାଧୀମାନଙ୍କ ପରିଚୟ ଜାଣିବାରେ ଲାଗିଛି। ସେମାନଙ୍କ ଗିରଫଦାରୀ ପାଇଁ ଆଖପାଖ ଅଂଚଳରେ ଘନ ଯାଂଚ ଏବଂ ଯାନବାହନ ଚେକିଂ ଅଭିଯାନ ଚଳାଯାଉଛି।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande