ଫୁଲବାଣୀରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ବୟ ସମିତି ପକ୍ଷରୁ ବିରାଟ ସାମ୍ବାଦିକ ସମାବେଶ
Kandhmal District Sambadika Samanway Samiti mega Sambadika Samabesh
ଫୋଟ ୩


ଫୋଟ ୨


ଫୋଟ


କନ୍ଧମାଳ , ୨୪ ସେପ୍ଟେମ୍ବର (ହି.ସ.) କନ୍ଧମାଳରେ ସାମ୍ବାଦିକଙ୍କ ଅନେକତା ମଧ୍ୟରେ ଏକତା ଶୃଷ୍ଟି କରିବା ନିମନ୍ତେ ସଂଘମତ ନିର୍ବିଶେଷରେ ସାମ୍ବାଦିକ ସମନ୍ବୟ ସମିତି ନାମରେ ଏକ ସାମ୍ବାଦିକ ମଞ୍ଚ ଗଠନ କରାଯାଇଛି। ବୁଧବାର ଫୁଲବାଣୀ ସ୍ଥିତ ସେନାପତି ରେସିଡ଼େନ୍ସି ର ସଭାଗୃହରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଏକ ସାମ୍ବାଦିକ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଯୋଗଦେଇ, ସମାଜ ଗଠନରେ ଗଣମାଧ୍ୟମ ର ଭୁମିକା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ଅଟେ, ତେବେ ଆଜିର ସୋସିଆଲ୍ ମିଡିଆ ପରି ଖବରର ହେଡଲାଇନ କୁ ଗୁରୁତ୍ବ ଦେବା ସହ ସମ୍ପୁର୍ଣ୍ଣ ଖବର ପ୍ରସାରଣ ଆବଶ୍ୟକ ଏକତରଫା ନୁହେଁ। ଯାହାଦ୍ୱାରା ଖବର ପ୍ରସାରଣ ମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ମହାପାତ୍ର, ଏବଂ ଆଜିର ଆଲୋଚକ ଭାବେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନା,ଶ୍ରୀ ଶିବପ୍ରସାଦ ତ୍ରିପାଠୀ ଏବଂ ସମିତିର ଉପଦେଷ୍ଟା ଡ. ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇ, ଆଲୋଚ୍ୟ ବିଷୟ ଉପରେ ଆଲୋଚନା କରିବା ସହ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ବୟ ସମିତି ଗଠନ,ଜିଲ୍ଲା ର ସାମ୍ବାଦିକ ମାନଙ୍କ ପାଇଁ ଏକ ଶୁଭଙ୍କର ପଦକ୍ଷେପ ଏହା ଦ୍ବାରା ସାମ୍ବାଦିକ ମାନଙ୍କୁ ଅନେକତା ଭିତରେ ଏକତାର ଏକ ମଞ୍ଚ ମିଳିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମିତିର ସଭାପତି, ବରିଷ୍ଠ ସାମ୍ବାଦିକ ସୂନୀଲ ପଟ୍ଟନାୟକ ସଭାପତିତ୍ବ କରି ପ୍ରାରମ୍ଭିକ ସୂଚନା ଦେଇଥିଲେ, ଉପସଭାପତି ସନ୍ତୋଷ କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଉପସଭାପତି ଅଜିତ୍ କୁମାର ମହାରଣା ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ପରିଚାଳନା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସାଧାରଣ ସମ୍ପାଦକ,ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ସମନ୍ବୟ ସମିତି ଗଠନର, ଆବଶ୍ୟକତା ଓ ଉଦ୍ଦ୍ୟେଶ୍ଯ ବିଷୟରେ ବିସ୍ତୃତ ଭାବରେ ତଥ୍ୟ ରଖିଥିଲେ। ସମନ୍ବୟ ସମିତି ପକ୍ଷରୁ, ବିନା ବେତନରେ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସାମ୍ବାଦିକ ମାନଙ୍କୁ ୬୦ ବର୍ଷ ପରେ ପେନସନ୍ ପ୍ରଦାନ,ସେମାନଙ୍କର କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ବାଧାବିଘ୍ନ ର ସମ୍ମୁଖୀନ ରେ ସହାୟତା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ,ଏକ୍ରେଡିସନ୍ ଓ ଭୁମି ହୀନ ସାମ୍ବାଦିକ ମାନଙ୍କୁ ଭୁମି ଯୋଗାଇ ଦେବା ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର, ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଦିତ କରାଯାଇଥିଲା। ଯୋଗ ଦେଇଥିବା ସମସ୍ତ ସାମ୍ବାଦିକ ଏହି ଅବସରରେ ନିଜ ନିଜର ମତ ରଖିଥିଲେ।କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ଅଶୋକ ମହାନ୍ତି ପରିଚାଳନା କରିଥିଲେ। ଶେଷରେ ସଂଗଠନ ସମ୍ପାଦକ ସୂଜିତ୍ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande