ଇବ୍–ଝାରସୁଗୁଡ଼ା ମଧ୍ୟରେ ଲେଭଲ୍ କ୍ରସିଂ ଫାଟକ ନମ୍ବର ୨୬୦ ମରାମତି ପାଇଁ ସେପ୍ଟେମ୍ବର ୨୫ ରାତିରୁ ଗାଡ଼ି ଚଳାଚଳ ବନ୍ଦ; ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ
Maintenance of level crossing
ଇବ୍–ଝାରସୁଗୁଡ଼ା ମଧ୍ୟରେ ଲେଭଲ୍ କ୍ରସିଂ ଫାଟକ ନମ୍ବର ୨୬୦ ମରାମତି ପାଇଁ ସେପ୍ଟେମ୍ବର ୨୫ ରାତିରୁ ଗାଡ଼ି ଚଳାଚଳ ବନ୍ଦ; ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ


ଝାରସୁଗୁଡ଼ା, 24 ସେପ୍ଟେମ୍ବର (ହି.ସ.) - ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ଅନ୍ତର୍ଗତ ହାୱଡା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗର ଇବ୍ ଏବଂ ଝାରସୁଗୁଡ଼ା ସେକ୍ସନ ମଧ୍ୟରେ ଥିବା ଲେଭଲ୍ କ୍ରସିଂ ଗେଟ୍ ନମ୍ବର ୨୬୦ର ଜରୁରୀକାଳୀନ ମରାମତି ଓ ନବୀକରଣ କାର୍ଯ୍ୟ କରାଯାଉଅଛି। ରେଳ ସୁରକ୍ଷା ଦୃଷ୍ଟିକୋଣରୁ କିଲୋମିଟର ୫୧୫/୨୨-୨୦ (ଡାଉନ୍ ଲାଇନ୍) ସ୍ଥିତ ଏହି ଫାଟକ ନିକଟରେ ରେଳ ଧାରଣା ଏବଂ ସ୍ଲିପର ବଦଳାଇବା ସହ ନିୟମିତ ଓଭରହଲିଂ କାର୍ଯ୍ୟ ସମ୍ପାଦନ କରାଯିବ। ଏଥିପାଇଁ ବ୍ରଜରାଜନଗର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କୁ ସୂଚିତ କରାଯାଇଛି। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆସନ୍ତା ୨୫/୦୯/୨୦୨୬ (ଶୁକ୍ରବାର) ରାତି ୧୦.୦୦ ଘଟିକାରୁ ୨୬/୦୯/୨୦୨୬ (ଶନିବାର) ସକାଳ ୦୮.୦୦ ଘଟିକା ପର୍ଯ୍ୟନ୍ତ ଏହି ଲେଭଲ୍ କ୍ରସିଂ ଉପରେ ସମସ୍ତ ପ୍ରକାର ସଡ଼କ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଉକ୍ତ ସମୟ ମଧ୍ୟରେ ସାଧାରଣ ଯାତ୍ରୀ ତଥା ଯାନବାହାନ ଚଳାଚଳ ନିମନ୍ତେ ବିକଳ୍ପ ବ୍ୟବସ୍ଥା ଭାବେ କିଲୋମିଟର ୫୧୪/୩୫-୫୧୫/୦୧ ନିକଟସ୍ଥ ଚୌକିପଡ଼ା ଲେଭଲ୍ କ୍ରସିଂ ଫାଟକ ନମ୍ବର ୨୫୯ ଦେଇ ଗାଡ଼ି ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଜନସାଧାରଣ ଏହି ସାମୟିକ ଅସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande