ସୁପ୍ରିୟୋ ଚାଟାର୍ଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଇଂରାଜୀ ପ୍ରାଧ୍ୟାପକ ଡ଼କ୍ଟର ସୁପ୍ରିୟୋ ଚାଟାର୍ଜୀଙ୍କ ବିୟୋଗରେ ଵିଶିଷ୍ଟ ଶିକ୍ଷାବିତ୍ ଡ଼କ୍ଟର ଫଣିନ୍ଦମ୍ ଦେଓଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କ୍ଷତ୍ରିୟ ସମାଜ
Shraddhanjali sabha khariar


ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଇଂରାଜୀ ପ୍ରାଧ୍ୟାପକ ଡ଼କ୍ଟର ସୁପ୍ରିୟୋ ଚାଟାର୍ଜୀଙ୍କ ବିୟୋଗରେ ଵିଶିଷ୍ଟ ଶିକ୍ଷାବିତ୍ ଡ଼କ୍ଟର ଫଣିନ୍ଦମ୍ ଦେଓଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କ୍ଷତ୍ରିୟ ସମାଜ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଆବାହକ ଶ୍ରୀକାନ୍ତ ଯୋଷୀ ମଞ୍ଚାସୀନ ଥିବା ବେଳେ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିକ୍ଷାବିତ୍ ଡ଼କ୍ଟର ସୁଶାନ୍ତ କୁମାର ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମେ ଦିବଂଗତ ଚାଟାର୍ଜୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରଯାଇଥିଲା। ସଭାରେ ଡକ୍ଟର ହରେନ୍ଦ୍ର କୁମାର ପଣ୍ଡା , ଡ଼କ୍ଟର ରାମଚନ୍ଦ୍ର ମିଶ୍ର, ଡକ୍ଟର ଅଞ୍ଜଳି ପାଢ଼ୀ, ଲୋହିତାକ୍ଷ ଯୋଷୀ, ସତୀଶ କୁମାର ପଟ୍ଟନାୟକ, ମନୋଜ ତିୱାରୀ, ଅଶ୍ୱିନୀ କୁମାର ପାଢ଼ୀ, ଡ଼କ୍ଟର ତରୁଣ କୁମାର ପ୍ରଧାନ, ମୀନା ସା, ସାମୁଏଲ ଦାନୀ , ପ୍ରତାପ କେଶରୀ ପଟ୍ଟନାୟକ, ଧ୍ରୁବ ଚରଣ ପାତ୍ର, ରତ୍ନାକର ସାହୁ, ପବିତ୍ର ମୋହନ ପ୍ରଧାନ, କିଶୋର ଅଗସ୍ତି , ପ୍ରକାଶ ଠାକୁର ପ୍ରମୁଖ ତାଙ୍କର ଜୀବନୀ ଓ କୃତିତ୍ୱ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ପ୍ରକାଶ ଥାଉକି, ଗତ ୧୨ ତାରିଖରେ ୬୮ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande