ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଲହରୀ' ଟିମ୍
ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ଲହରୀ''ର ପ୍ରଯୋଜିକା ଶ୍ରୀମତୀ ଝିଲିକ ଭଟ୍ଟାଚାର୍ଯ୍ୟ ତଥା ଚଳଚ୍ଚିତ୍ରର ଅନ୍ୟ ସଦସ୍ୟମାନେ ବୁଧବାର ଦିନ ଲୋକଭବନ ଠାରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍
jth


ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ଲହରୀ'ର ପ୍ରଯୋଜିକା ଶ୍ରୀମତୀ ଝିଲିକ ଭଟ୍ଟାଚାର୍ଯ୍ୟ ତଥା ଚଳଚ୍ଚିତ୍ରର ଅନ୍ୟ ସଦସ୍ୟମାନେ ବୁଧବାର ଦିନ ଲୋକଭବନ ଠାରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଏହି ଅବସରରେ ରାଜ୍ୟପାଳ ଲହରୀ' ଟିମ ସହ ଭାବ ବିନିମୟ କରି ଚଳଚ୍ଚିତ୍ରର ଜାତୀୟ ସ୍ୱୀକୃତି ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇ ଥିଲେ ଓ ଏହି ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିବା ସହିତ ସମସ୍ତଙ୍କର ପ୍ରୟାସକୁ ପ୍ରଶଂସା କରି ଭବିଷ୍ୟତର କାର୍ଯ୍ୟକ୍ରମରେ ସଫଳତା ପାଇଁ ମଧ୍ୟ ରାଜ୍ୟପାଳ କାମନା କରିଥିଲେ।

ଏତଦବ୍ୟତୀତ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅର୍ଥପୂର୍ଣ୍ଣ ଓ ପ୍ରଭାବଶାଳୀ ଚଳଚ୍ଚିତ୍ର ନିର୍ମାଣ ଜାରି ରଖିବା ପାଇଁ ରାଜ୍ୟପାଳ ଉତ୍ସାହିତ କରିଛନ୍ତି ଏବଂ ଯୁବ ପିଢ଼ିକୁ ପ୍ରେରଣା ଦେବା ତଥା ସକାରାତ୍ମକ ପ୍ରଭାବ ପକାଇବା ପାଇଁ ସିନେମାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଜାତୀୟସ୍ତରରେ ଓଡ଼ିଆ ସିନେମାକୁ ପ୍ରୋତ୍ସାହିତ କରିବାରେ ଦଳର ଅବଦାନକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande