

ପୁରୀ, ୨୪ ସେପ୍ଟେମ୍ବର (ହି.ସ.) - ଲଘୁଚାପଜନିତ ପବନ ଯୋଗୁ ବଡଦାଣ୍ଡ ମଝିରେ ହୋଇଥିବା ଟିଣ ବ୍ୟାରିକେଡ ଦୁରଦାର ପଡୁଥିବା ଦେଖିବାକୁ ମିଳିଛି । ଏହି ବ୍ୟାରିକେଡ ପଡିବା ଦ୍ୱାରା ଯାନବାହନ ଆରୋହୀ ବିଚଳିତ ହେଉଛନ୍ତି । ପ୍ରତିବର୍ଷ ରଥଯାତ୍ରାରେ ସମୟରେ ପକାଇବା ଉଠାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ପୁରୀ ସହର ମହାନଗର ନିଗମ ମାନ୍ୟତା ପାଇଛି । ହାଇମାକ୍ସ ଲାଇଟ ୧୦ ଫୁଟ ଉପରେ ଆଲୋକ ହେଉଥିବା ବେଳେ ବଡଦାଣ୍ଡ ତଳ ଛାଇ ଛାଇ ଦେଖାଯାଉଛି । ବିଭିନ୍ନ ବଜାର କମିଟି ବନ୍ଦ ଦିନ ଏହି ଲକ୍ଷଣ ଦେଖିବାକୁ ମିଳୁଛି । ମରଚିକୋଟ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି ବ୍ୟାରିକେଡ ଧୁମଧାମ ପଡୁଛି । ପ୍ରଚଣ୍ଡ ଶଦ୍ଦ କରି ପଡୁଥିବାରୁ ପର୍ଯ୍ୟଟକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ବାଇକ ଯାଆଆସ ସମୟରେ ଏହି ବ୍ୟାରିକେଡ ପଡିବା ଯୋଗୁ କେତେକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଖରାବର୍ଷାରୁ ଭକ୍ତ ମାନଙ୍କୁ ସୁବିଧା ଦେବା ଉଦ୍ଦେଶ୍ୟରେ ସିଂହଦ୍ୱାର ନିକଟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅସ୍ଥାୟୀ ସେଡ ନିର୍ମାଣ କରାଯାଉଛି । ସେହିପରି ବଡଦାଣ୍ଡ ମଝି ଅଶଂରେ ଭକ୍ତ ସେଡ ପରି ନଟବୋଲ୍ଟ ଫିଟିଙ୍ଗ କରି ଷ୍ଟିଲ ଖୁଂଟ ପୋତାଯାଇ ଖୁଂଟ ଉପରେ ଦୁଇ ପାର୍ଶ୍ୱରେ ଟିଉଲାଇଟ ଲଗାଯିବା ପାଇଁ ପର୍ଯ୍ୟଟକ ମାନେ ମତ ଦେଇଛନ୍ତି । ସେହି ଖୁଂଟ ସହ ଷ୍ଟିଲ ବ୍ୟାରିକେଡ ଫିକ୍ସି କରାଗଲେ ଆଉ ପଡିବ ନାହିଁ କି ଗାଡି ମଟର ଘୁଂଚାଇ ପାରିବନାହିଁ । ଏହାଦ୍ୱାରା ସହରର ସୌନ୍ଦର୍ଯ୍ୟକରଣ ହେବା ସହ ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହେବ ଓ ଟ୍ରାଫିକ ନିୟନ୍ତ୍ରଣ ଶୃଙ୍ଖଳିତ ହେବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ଦିନ ତମାମ ଏହି ବ୍ୟାରିକେଡ ପଡ଼ିରହିଥିଲେ ମଧ୍ୟ ପୋଲିସ ବିଭାଗ ଏହାକୁ ସଜାଡୁନଥିବା ଦେଖିବାକୁ ମିଳୁଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ