
ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ଗଭୀର ଅବପାତ ଯୋଗୁଁ ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗଭୀର ଅବପାତ ଯୋଗୁଁ କୋରାପୁଟ, ଗଜପତି, ମାଲକାନଗିରି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାର ୩୭ ବ୍ଲକ, ୧୨୭ ପଂଚୟତର ୨୭୩ ଗାଁ ପ୍ରଭାବିତ ହୋଇଛି। ଏହାସହ ୫ ସହରାଂଚଳର ୨୦ ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ୮୦୮୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମାଲକାନଗିରି ଜିଲ୍ଲାର ରାସ୍ତା ଓ ପୋଲ ଉପରେ ପାଣି ପ୍ରବାହିତ ହେଉଛି। କଳାହାଣ୍ଡି ଜିଲ୍ଲାରେ ଗଛ ପଡ଼ି ୨ଟି ସ୍ଥାନରେ ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି। ନବରଙ୍ଗପୁରରେ ବି ୨ଟି ଘର ଭାଙ୍ଗିଛି। କ୍ଷୟକ୍ଷତି ଆକଳନ ପାଇଁ ୫ ଜିଲ୍ଲାକୁ ଅଧିକାରୀ ଯିବେ।୨୬ ତାରିଖରୁ ସ୍ୱାଭାବିକ ସ୍ଥିତି ଫେରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା