ବର୍ଜ୍ୟବସ୍ତୁ ମେସିନ କାମରେ ଲାଗୁନି : ନୃତନ ଗୃହ ପାଲିଟିଛି ଭୂତ କୋଠି : କାର୍ଯ୍ୟକ୍ଷମ ଦାବି
ଧର୍ମଶାଳା,୨୪ସେପ୍ଟେମ୍ବର(ହି.ସ.) - ସ୍ୱାସ୍ଥ୍ୟ ହିଁ ସମ୍ପଦ । ସମସ୍ତେ ନିରୋଗୀ ରହିବାକୁ ଚାହିଁଥାନ୍ତି । ଅତି ଆବଶ୍ୟକ ସ୍ଥଳରେ ଲୋକେ ଡାକ୍ତରଖାନା ଆସି ଥାଆନ୍ତି । ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିଭିନ୍ନ କାରଣ ନେଇ ସରକାରୀ ମେଡିକାଲରୁ ମୁହଁ ଫେରାଇ ଘେରୋଇ ମେଡିକାଲକୁ ଯିବାକୁ ପସନ୍
ବର୍ଜ୍ୟବସ୍ତୁ ମେସିନ କାମରେ ଲାଗୁନି : ନୃତନ ଗୃହ ପାଲିଟିଛି ଭୂତ କୋଠି : କାର୍ଯ୍ୟକ୍ଷମ ଦାବି


ଧର୍ମଶାଳା,୨୪ସେପ୍ଟେମ୍ବର(ହି.ସ.) - ସ୍ୱାସ୍ଥ୍ୟ ହିଁ ସମ୍ପଦ । ସମସ୍ତେ ନିରୋଗୀ ରହିବାକୁ ଚାହିଁଥାନ୍ତି । ଅତି ଆବଶ୍ୟକ ସ୍ଥଳରେ ଲୋକେ ଡାକ୍ତରଖାନା ଆସି ଥାଆନ୍ତି । ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିଭିନ୍ନ କାରଣ ନେଇ ସରକାରୀ ମେଡିକାଲରୁ ମୁହଁ ଫେରାଇ ଘେରୋଇ ମେଡିକାଲକୁ ଯିବାକୁ ପସନ୍ଧ କରିଥାନ୍ତି । ସରକାରୀ ମେଡିକାଲ ପରିସରକୁ ସ୍ୱଚ୍ଛା ଉପରେ ଗୁରୁତ୍ୱ ଦିଆ ଯାଉ ନ ଥିବାରୁ ରୋଗୀମାନେ ଯିବାକୁ ମଣୁ ନାହାନ୍ତି । ଯାହାକୁ ନେଇ ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ କୋଟି କୋଟି ବ୍ୟୟ ବରାଦ କରୁଛନ୍ତି । ଯାହାକି ବାସ୍ତବରେ ତାହା କାର୍ଯ୍ୟରେ ପରିଣତ ହେଉ ନ ଥିବା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କ୍ଷେତ୍ରରେ । ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବର୍ଜ୍ୟବସ୍ତୁର ସୁଚାରୁ ପରିଚାଳନା ପାଇଁ ଦୀର୍ଘ ଦିନ ହେବ ମେସିନ ଯୋଗାଇ ଦେଇଛନ୍ତି । ଲକ୍ଷାଧିକ ଟଙ୍କାର ସରକାରୀ ଉପକରଣ ବ୍ୟବହାର ନ ହୋଇ ପଡିରହିଛି । ମେଡିକାଲ ବର୍ଜ୍ୟବସ୍ତୁକୁ ନିୟମାନୁସାରେ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ଗୃହର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ମେଡିକାଲ ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ଳକ୍ଷାଧିକ ଟଙ୍କା ଯୋଗାଇ ଦିଆ ଯାଇଥିଲା । ହେଲେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ୩ ବର୍ଷ ହେବ ଶେଷ ହୋଇ ଥିଲେ ମଧ୍ୟ କାର୍ଯ୍ୟକ୍ଷମ ନ ହୋଇ ଏବେ ପଡି ରହି ଭୂତ କୋଠି ପାଲଟିଛି । ନିୟୋଜିତ ଠିକାଦାର ନୂତନ ଗୃହ ଚାବି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ହସ୍ତାନ୍ତର କରି ନାହାନ୍ତି । ଯାହାକି ଏହି ଗୃହ ଚାବି ପକା ଯାଇ ଏହି ଘର ପଡି ରହିଛି । ଏହି ବର୍ଜ୍ୟବସ୍ତୁ ମେସିନ ଚିକିତ୍ସା ଗୃହରେ ରହି ଥିବାରୁ କାମରେ ନ ଲାଗି ପଡି ରହିଛି । ଗୃହ ଚାଲା ଖୋଲିବା ସହ ମେସିନକୁ ଶୀଘ୍ର ସ୍ଥାପନ କରି ଚାଲୁ କରିବାକୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ନଜର ଦେଇ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande