ଟାଙ୍କୁଆରେ ଭୀମଭୋଇ ଭିନ୍ନକ୍ଷମ ସାମଥ୍ୟ ଶିବିର
ଜୟପୁର, ୨୪ ସେପ୍ଟେମ୍ବର (ହି.ସ.) - ପଂଚାୟତ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଜୟପୁର ବ୍ଲକ ର ଟାଙ୍କୁଆ ଗ୍ରାମ ପଂଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଶାରୀରିକ ଅକ୍ଷମତା ବର୍ଗ ରେ ୬୨ ଜଣ, ଶ୍ରବଣ ବାଧିତ ବର୍ଗରେ ୧୮ ଜଣ, ଦୃଷ୍ଟି ବାଧିତ ବର୍ଗ ରେ ୪୭ ଜଣ, ବୌଦ୍ଧିକ ଅକ୍ଷମତା ରେ ୨
ଟାଙ୍କୁଆ ରେ ଭୀମଭୋଇ ଭିନ୍ନକ୍ଷମ ସାମଥ୍ୟ ଶିବିର


ଜୟପୁର, ୨୪ ସେପ୍ଟେମ୍ବର (ହି.ସ.) - ପଂଚାୟତ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଜୟପୁର ବ୍ଲକ ର ଟାଙ୍କୁଆ ଗ୍ରାମ ପଂଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଶାରୀରିକ ଅକ୍ଷମତା ବର୍ଗ ରେ ୬୨ ଜଣ, ଶ୍ରବଣ ବାଧିତ ବର୍ଗରେ ୧୮ ଜଣ, ଦୃଷ୍ଟି ବାଧିତ ବର୍ଗ ରେ ୪୭ ଜଣ, ବୌଦ୍ଧିକ ଅକ୍ଷମତା ରେ ୨୯ ଜଣ ଏବଂ ରକ୍ତ ହୀନତା ବର୍ଗରେ ୧୩ ଜଣ ଏବଂ ସମୁଦାୟ ୧୬୯ ଜଣ ଦିବ୍ୟାଙ୍ଗ ରେଜିଷ୍ଟ୍ରି ଭୁକ୍ତ ହୋଇଥିଲେ । ଶିବିର ରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଦିବ୍ୟାଙ୍ଗ ମାନଙ୍କ ଉଦ୍ଦେଶ୍ୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ଡାକ୍ତରଙ୍କୁ ସାକ୍ଷାତ କଲା ପରେ ଭୋଜନ ଗ୍ରହଣ କରି ଯିବାପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ । ଏଥିରେ ସବୁ ବିଭାଗ ର ଡାକ୍ତର, ଏବଂ ସାହାଯ୍ୟ କରିବା ନିମନ୍ତେ ବ୍ଲକ ଅଧିନସ୍ଥ କର୍ମଚାରି ଏବଂ ବିଭିନ୍ନ ପଂଚାୟତ ରୁ ସରପଂଚ ଏବଂ ସମିତି ସଭ୍ୟ ସଭ୍ୟା ଯୋଗ ଦେଇ ଶିବିର ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande