ଦୁର୍ବଳ ହେଲା ବାତ୍ୟା ଅର୍ଣ୍ଣବ, ଆଜି 22ଟି ରାଜ୍ୟରେ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ, ସେପ୍ଟେମ୍ବର 25 (ହି.ସ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇଯାଇଛି। ରାତି ୧୧ଟାରୁ ରାତି ୧ଟା ମଧ୍ୟରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁଥି
भारत मौसम विज्ञान विभाग ने उपग्रह से प्राप्त तड़ित पूर्वानुमान जारी किया है।


ନୂଆଦିଲ୍ଲୀ, ସେପ୍ଟେମ୍ବର 25 (ହି.ସ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇଯାଇଛି। ରାତି ୧୧ଟାରୁ ରାତି ୧ଟା ମଧ୍ୟରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ ଉଭୟ ରାଜ୍ୟରେ ପ୍ରବଳ ବର୍ଷା ସହ ଝଡ଼ ପବନ ବହିଥିଲା। ଆଜି ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରେ ସ୍କୁଲ ବନ୍ଦ କରିଦିଆଯାଇଛି। ପ୍ରାୟ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମାଲକାନଗିରିରେ ୪ଟି ପୋଲ ବୁଡ଼ିଯିବାରୁ ଯାତାୟାତ ଠପ୍ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ଭଦ୍ରକରେ ଝଡ଼ ପବନ ଯୋଗୁଁ ମତ୍ସ୍ୟଜୀବୀଙ୍କ ୧୦ଟି ଡଙ୍ଗା ବୁଡ଼ିଯାଇଥିବା ବେଳେ ଅନେକ ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। ଚିଲିକା ହ୍ରଦ ଅଞ୍ଚଳରେ ମଧ୍ୟ ଅନେକ ଡଙ୍ଗା ଭାଙ୍ଗିଯାଇ ବୁଡ଼ିଯାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ନବରଙ୍ଗପୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସେଠାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆକଳନ କରାଯାଇଛି। ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ବହିଥିଲା। ବିଜୟୱାଡ଼ାର ତଳିଆ ଅଞ୍ଚଳରେ ପାଣି ଜମିଯାଇଛି ଏବଂ ଅନେକ ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗର କିଛି ଅଞ୍ଚଳ, ଦାର୍ଜିଲିଂ ଓ କାଲିମ୍ପୋଙ୍ଗରେ ମଧ୍ୟ ପ୍ରବଳ ବର୍ଷା ଓ ଝଡ଼ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande