ପେନସନରଙ୍କ ଠାରୂ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ
ପେନସନରଙ୍କ ଠାରୂ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ
ପେନସନରଙ୍କ ଠାରୂ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ


ସମ୍ବଲପୁର , ୨୭ ସେପ୍ଟେମ୍ବର (ହି.ସ.) ଫେସବୁକରେ ପେନସନ କାର୍ଡ ଲିଙ୍କ କ୍ଲିକ୍ କରିବା ଏବଂ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ସମ୍ବଲପୁର ସାଇବର ଅପରାଧ ଓ ଅର୍ଥନୈତିକ ଅଫେନ୍ସ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଛି । ଜଣେ ୭୧ ବର୍ଷୀୟ ପେନସନଭୋଗୀଙ୍କୁ ୟୁନିଅନ୍ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ଜଣେ ଅଭିଯୁକ୍ତ ତାଙ୍କର ଡେବିଟ୍ କାର୍ଡ କ୍ରେଡେନ୍ସିଆଲ୍, ପିନ୍ ଏବଂ ସିଭିଭି ହାତେଇଥିଲା । ଏହାପରେ ସେ ଆଇଏମ୍ପିଏସ୍ ଏବଂ ଏନଇଏଫ୍ଟି ଜରିଆରେ ଦୁଇଟି ଦଫାରେ ସମୁଦାୟ ୭ଲକ୍ଷ ଟଙ୍କା ଠକି ନେଇଥିଲା ।

ତଦନ୍ତରୁ ଜଣାପଡିଛି ଯେ, ଠକେଇ ହୋଇଥିବା ଟଙ୍କାର କିଛି ଅଂଶରେ ଆସାନସୋଲର କଲ୍ୟାଣ ଜୁଏଲର୍ସରୁ ୩ଲକ୍ଷ ୮୯ ହଜାର ୭୫ଟଙ୍କା ମୂଲ୍ୟର ୨୫ ଗ୍ରାମର ସୁନା ମୁଦ୍ରା ଖରିଦ କରିଥିଲା । ସମ୍ବଲପୁର ସାଇବର ପୋଲିସ ତଦନ୍ତ କରି ଝାଡ଼ଖଣ୍ଡ ଧନବାଦ ଜିଲ୍ଲା ଗୋବିନ୍ଦପୁରରୁ ଅଭିଯୁକ୍ତ ଶାମିମ ଅନସାରୀ (୩୩)ଙ୍କୁ ଚିହ୍ନଟ କରି ଗିରଫ କରିଛି ।

ତାଙ୍କ ନିକଟରୁ ୨୨ହଜାର ୫୦ ଟଙ୍କା ନଗଦ, ୬ଟି ମୋବାଇଲ୍ ଫୋନ୍ ଏବଂ ୨ଟି ସୁନା ରଙ୍ଗର କାନଫୁଲ/ରିଙ୍ଗ ଜବତ କରାଯାଇଛି. ଅଭିଯୁକ୍ତକୁ ୨ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ସମ୍ବଲପୁର ଅଣାଯାଇ ଥିବାବେଳେ ଅନ୍ୟ ଅପରାଧୀ ଓ ଅବଶିଷ୍ଟ ଟଙ୍କା ଠାବ ପାଇଁ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande