ବନ୍ୟା ସ୍ଥିତି ନେଇ ପ୍ରଶାସନ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା, ପ୍ରଭାବିତ ଅଂଚଳରେ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ଗୁରୁତ୍ୱ
ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ବିଭିନ୍ନ ଅଂଚଳରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ଓ ଆବଶ୍ୟକ ସହାୟତା ପହଂଚାଇବା ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକର ବିଭିନ୍ନ ପଂ
BANYA STITI GURUTAPURNA SAMIKHYA


ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ବିଭିନ୍ନ ଅଂଚଳରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ଓ ଆବଶ୍ୟକ ସହାୟତା ପହଂଚାଇବା ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକର ବିଭିନ୍ନ ପଂଚାୟତ ଏବଂ ଭଦ୍ରକ ପୌରପାଳିକାର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୀକ୍ଷା ବୈଠକରେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସୀତାଂଶୁ ସେଖର ମହାପାତ୍ର ସାମିଲ ହୋଇ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ବନ୍ୟାଜଳ ଯୋଗୁଁ ଯେଉଁସବୁ ଅଂଚଳରେ ଲୋକଙ୍କ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି, ସେଠାରେ ତୁରନ୍ତ ଆବଶ୍ୟକ ସହାୟତା ପହଂଚାଇବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଯେପରି ରିଲିଫ୍ ସହାୟତାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ଅଞ୍ଚଳୱାରୀ ଭାବେ ପରିସ୍ଥିତିର ଆକଳନ କରି ଆବଶ୍ୟକ ପଦକ୍ଷେପ ନେବା ନେଇ ଆଲୋଚନା ହୋଇଥିଲା। ପ୍ରଭାବିତ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ରନ୍ଧା ଖାଦ୍ୟ ତୁରନ୍ତ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଜଳବନ୍ଦୀ ଅଞ୍ଚଳରେ ରହୁଥିବା ପରିବାର, ବୃଦ୍ଧ, ଶିଶୁ, ମହିଳା ଓ ଅନ୍ୟାନ୍ୟ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ରିଲିଫ୍ ସହାୟତା ପହଂଚାଇବା ସହ ଆବଶ୍ୟକ ସ୍ଥଳରେ ଉଦ୍ଧାର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଥିଲା। ଜଳ ନିଷ୍କାସନ ବ୍ୟବସ୍ଥା, ଯାତାୟାତ ସମସ୍ୟା ଏବଂ ବନ୍ୟା ପରେ ଲୋକଙ୍କ ଦୈନନ୍ଦିନ ଜୀବନକୁ କିପରି ଶୀଘ୍ର ସ୍ୱାଭାବିକ କରାଯାଇପାରିବ, ସେ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟା ପରିସ୍ଥିତିରେ ପ୍ରଶାସନର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଆବଶ୍ୟକତା ଉପରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ଅଧିକାରୀ ଓ କର୍ମଚାରୀମାନେ ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କ ଅଭିଯୋଗ ଓ ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ବନ୍ୟାଜଳ ହ୍ରାସ ପାଇବା ପରେ ରାସ୍ତାଘାଟ, ଡ୍ରେନେଜ୍, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସେବାର ସ୍ଥିତି ସମୀକ୍ଷା କରି ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟା ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତାକୁ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଜାରି ରଖିବା ସହ ରିଲିଫ୍ ଓ ଉଦ୍ଧାର ବ୍ୟବସ୍ଥାକୁ ଆହୁରି ବ୍ୟାପକ ଏବଂ ସୁଦୃଢ଼ କରିବା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ବ୍ଲକ ଓ ପୌରପାଳିକାର ପ୍ରଭାବିତ ଅଂଚଳରେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ କରିବା ଏବେ ପ୍ରଶାସନ ପାଇଁ ପ୍ରମୁଖ ଲକ୍ଷ୍ୟ ହୋଇଛି। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ସୌରଭ ଚକ୍ରବର୍ତୀ, ପିଡି ଶୁଭେନ୍ଦ୍ର ସାମଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ଭଦ୍ରକ ବିଡିଓ ରଶ୍ମିରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande