ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ ଭାଗବତ ଜନ୍ମୋତ୍ସବ ପାଳିତ
କେନ୍ଦୁଝର, 27 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ମୁଖ୍ୟ କାର୍ଯ୍ୟାଳୟରେ ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭାଗବତ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ପୁରାଣ ପଣ୍ଡା ଅମରେନ୍ଦ୍ର ପଣ୍ଡା ଓ ମୁଖ୍ୟ କର୍ତ୍ତା କାର୍ଯ୍ୟାଳୟ
Bhagabat


କେନ୍ଦୁଝର, 27 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ମୁଖ୍ୟ କାର୍ଯ୍ୟାଳୟରେ ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭାଗବତ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ପୁରାଣ ପଣ୍ଡା ଅମରେନ୍ଦ୍ର ପଣ୍ଡା ଓ ମୁଖ୍ୟ କର୍ତ୍ତା କାର୍ଯ୍ୟାଳୟ ସମ୍ପାଦକ ରାଜ କିଶୋର ରାଉତଙ୍କ ସହଯୋଗରେ ଭାଗବତ ଗାଦି ପୂଜାର୍ଚ୍ଚନା କରାଯାଇ ଭାଗବତ ଦ୍ୱାଦଶ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ ପାରାୟଣ ପୂର୍ବକ ବାର୍ଷିକ ଭାଗବତ ପାରାୟଣ ସମ୍ପୂର୍ଣ୍ଣ କରି ପୁନଃ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପାରାୟଣ କରି ପାରାୟଣ ଶୁଭାରମ୍ଭ କରାଗଲା।ଏହାପରେ ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନାଙ୍କ ଦ୍ଵାରା ଭାଗବତ ଜନ୍ମ ସମ୍ୱନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଲା।ଏଥିରେ ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ଉପସଭାପତି ଖଗେଶ୍ୱର ମହାନ୍ତ,ଜଗବନ୍ଧୁ ମହାନ୍ତ, ଉପଦେଷ୍ଟା ଭଜ ବେହେରା, ରବୀନ୍ଦ୍ର କୁମାର ପାଢ଼ୀ, ଭାଗବତ ପ୍ରଚାରକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, କାର୍ଯ୍ୟାଳୟ ସମ୍ପାଦକ ରାଜ କିଶୋର ରାଉତ,କୋଷାଧକ୍ଷ ଜଗବନ୍ଧୁ ରାଉତ,ବରିଷ୍ଠ ସଭ୍ୟ ଧୃବାନନ୍ଦ ରାଉତ,ଚିନ୍ତାମଣି ମହାଳିକ, ପୁରୁଷୋତ୍ତମ ଜେନା ଓ କୈଳାସ ଚନ୍ଦ୍ର ପରିଡ଼ା ଉଦ୍ ବୋଧନ ଦେଇଥିଲେ।ଶଙ୍କର୍ଷଣ ମହାପାତ୍ର,ତପନ କୁମାର ଚକ୍ର, ନବକିଶୋର ସିଂହ,ନନ୍ଦଲାଲ ପରିଡ଼ା,ଉର୍ମିଳା ଧଳ ଓ ମୀନାକ୍ଷୀ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande