
ଗଞାମ, ୨୭ ସେପ୍ଟେମ୍ବର (ହି.ସ.)- ସିଙ୍ଗାପୁରରେ ଚାକିରି ନାଁରେ ଶହ ଶହ ବେକାର ଯୁବକଙ୍କୁ ଠକିଥିବା ବଡ ରାକେଟର ଜଣେ ମୁଖ୍ୟ ଅଭିଯୁକ୍ତକୁ ସଦର ପୋଲିସ ଆଜି ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଗୋପୀନାଥପୁର, ହିଞ୍ଜିଳିର ବଳରାମ ମହାରଣା (୩୮)। ତାକୁ ଆଜି ସକାଳ ୧୧:୩୦ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସେ ଚାକିରି ଲୋଭ ଦେଖାଇ ପ୍ରାୟ ୫୦୦ ଜଣଙ୍କ ଠାରୁ ୩୦ ହଜାର ଲେଖାଏଁ ନେଇ ୧୯୦ ଜଣଙ୍କ ପାସପୋର୍ଟ ରଖି, ନକଲି ଅଫର ଲେଟର ଓ ଚେନ୍ନାଇ-ବ୍ୟାଙ୍କକ-ସିଙ୍ଗାପୁର ନକଲି ଟିକେଟ ଦେଇ ଫେରାର ହୋଇଯାଇଥିଲେ।
ଏ ନେଇ ସଦର ଥାନା କେସ ନଂ ୧୪୧/୨୦୧୯ ରୁଜୁ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ସୁବ୍ରତ ପାଲୋସେ ଆନ୍ଧ୍ର ବିଜୟନଗରମରେ ମଧ୍ୟ ୱାଂଟେଡଅଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ