କେନ୍ଦୁଝର ସିଟିଜେନ ଫୋରମ୍ ର ମାସିକ ବୈଠକ
କେନ୍ଦୁଝର, ୨୭ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ସିଟିଜେନ ଫୋରମ୍ ର ମାସିକ ବୈଠକ ସଭାପତି ଡାକ୍ତର ଅରୁଣ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ପ୍ରାରମ୍ଭ ରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ସଦସ୍ୟ ଭରତ ପାତ୍ର ଓ ରାମନାରାୟଣ ଦ୍ୱି
Citizen


କେନ୍ଦୁଝର, ୨୭ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ସିଟିଜେନ ଫୋରମ୍ ର ମାସିକ ବୈଠକ ସଭାପତି ଡାକ୍ତର ଅରୁଣ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ପ୍ରାରମ୍ଭ ରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ସଦସ୍ୟ ଭରତ ପାତ୍ର ଓ ରାମନାରାୟଣ ଦ୍ୱିବେଦୀ ସମଗ୍ର ଦେଶରେ ଚର୍ଚ୍ଚିତ ହେଉଥିବା ଏମଏମଡିଆର ଆମେଂଡମେଂଟ ଆକ୍ଟ ଖଣି ଖଣିଜ ବିକାଶ ନିୟନ୍ତ୍ରଣ ସଂଶୋଧନ ଆଇନ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ।

ଏହି ଆଇନ୍ ଦ୍ୱାରା ଖଣିଜ ବହୁଳ ଓଡ଼ିଶା ରାଜ୍ୟ କିଭଳି ଉପକୃତ ହେବାର ସମ୍ଭାବନା ଅଛି । ଜାତୀୟ ସ୍ତରରେ ଖଣିଜ ପଦାର୍ଥ ଉପରେ ଟ୍ୟାକ୍ସ ପ୍ରଚଳନ ରେ ସମାନତା ଆଣିବା ଫଳରେ ନୂତନ ଖଣି ଭିତିକ ଶିଳ୍ପକୁ ପ୍ରୋତ୍ସାହନ ମିଳିବ ଓ କର୍ମନିଯୁକ୍ତି ର ବୃଦ୍ଧି ରେ ସହାୟକ ହେବ ବୋଲି ଆଶା କରାଯାଉଛି ।୨୦୨୪ ସୁପ୍ରିମକୋର୍ଟ ରାୟ ବଳରେ ଝାଡ଼ଖଣ୍ଡ ରାଜ୍ୟ ଭଳି ଓଡ଼ିଶା ପାଇବା କୁ ଥିବା ଏକଲକ୍ଷ କୋଟି ରୁ ଉର୍ଦ୍ଧ ବକେୟା ଟିକସ ଆଦାୟ କରିଥିଲେ ଓଡ଼ିଶା ର ଅର୍ଥନୈତିକ ବିକାଶ ରେ ସହାୟକ ହୋଇଥାନ୍ତା ବୋଲି ଫୋରମ୍ ର ସମସ୍ତ ସଦସ୍ୟ ମତ ପୋଷଣ କରିଥିଲେ।

ତାପରେ ଧରଣୀଧର ମେଡିକାଲ କଲେଜ ର ସମସ୍ୟା ସଂପର୍କରେ ସଦସ୍ୟ ଇଂଜିନିୟର ପ୍ରଶାନ୍ତ ଦଳେଇ ଉତଥାପନ କରିଥିଲେ। ଡାକ୍ତର ଉପେନ୍ଦ୍ର ବାରିକ ମେଡିକାଲ କଲେଜ ର ଉପୁଜୁଥିବା ସମସ୍ୟା ର ସମାଧାନ ବାବଦରେ ସ୍ପଷ୍ଟିକରଣ ଦେଇଥିଲେ।

ପ୍ରସ୍ତାବିତ ବାଇପାସ୍ ର ଡିଜାଇନ୍ ର ଆବଶ୍ୟକତା ଓ ଉପକାରିତା ଉପରେ ସଂପୃକ୍ତ ଅଧିକାରୀଙ୍କ ସହ ବିଚାରବିମର୍ଶ କରିବାକୁ ସଦସ୍ୟ ରାମ ନାରାୟଣ ଦ୍ୱିବେଦୀ ରଥ ମୁଣ୍ଡା, ସୁବଳ କୁମାର ସାହୁ, ସରୋଜ ଦାଶ, ବିଶ୍ୱ ନାଥ ପଟ୍ଟନାୟକ ମତ ବ୍ୟକ୍ତ କରିଥିଲେ ।

ଏହି ବୈଠକରେ ଡ଼ାକ୍ତର ଅରୁଣ ସାହୁ, ଇଂଜିନିୟର ଲାଲମୋହନ ରାଉତ, ବଳଭଦ୍ର ସାହୁ ଡାକ୍ତର ଉପେନ୍ଦ୍ର ବାରିକ, ଚକ୍ରଧର ସାହୁ,ରାମ ନାରାୟଣ ଦ୍ୱିବେଦୀ, କୃଷ୍ଣ ଚନ୍ଦ୍ର ପରିଡା ,ନିରଞ୍ଜନ ବାରିକ, ସରୋଜ ଦାଶ, ଭରତ ପାତ୍ର,ବିଶ୍ୱ ନାଥ ପଟ୍ଟନାୟକ, ନୀଳମଣି ସାହୁ, ଗୋବିନ୍ଦ ଚନ୍ଦ୍ର ଦାଶ,ବାବାଜୀ ଚରଣ ପାତ୍ର, ଡାକ୍ତର ସଞ୍ଜୀବ ହୋତା, ରଥ ମୁଣ୍ଡା, ଇଂଜିନିୟର ପ୍ରଶାନ୍ତ ଦଳେଇ ଯୋଗଦେଇଥିଲେ। ଶେଷରେ ଶାନ୍ତି ପାଠ କରି ବୈଠକ ସମାପ୍ତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande