
କନ୍ଧମାଳ , ୨୭ ସେପ୍ଟେମ୍ବର (ହି.ସ.) - ଅବକାରୀ ସୁପରିଟେଂଣ୍ଡେଂଟ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦେଶ କ୍ରମେ ଫୁଲବାଣୀ ଅବକାରୀ ମୋବାଇଲ ଟିମ ପୃଥକ ସ୍ଥାନରେ ଚଢ଼ାଉ କରିବା ସହ ୧ କୁଇଂଟାଲ ୨୧ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଆମ୍ବୁଲାନ୍ସ ଗାଡି ସହ ତିନି ଗାଡି ଏବଂ ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ୬ ଜଣ ଗଞ୍ଜେଇ ଚାଲାଣ କାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଅବକାରୀ ମୋବାଇଲ ଟିମ ଟିକାବାଲି ଥାନା ଅଧୀନ ଲାଇନ ପଡା ରାସ୍ତା ରେ ଏକ ଆମ୍ବୁଲାନ୍ସ କୁ ଅଟକାଇ ଥିଲେ ଆମ୍ବୁଲାନ୍ସ ରେ ତନଖି ପରେ ଆମ୍ବୁଲାନ୍ସ ରୁ ଷାଠିଏ କେଜି ଗଞ୍ଜେଇ ଓ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ଆମ୍ବୁଲାନ୍ସ ଗାଡି ଏବଂ ଆମ୍ବୁଲାନ୍ସ ଗାଡିର ଡ୍ରାଇଭର ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା କୁଲି ଗାଁ ର ଦୁର୍ଗା ଶଙ୍କର ପାଣିଗ୍ରାହୀ (୨୬) ଏବଂ ଆମ୍ବୁଲାନ୍ସ ର ହେଲ୍ପର ସେହି ବାଲେଶ୍ୱର ଜିଲ୍ଲାର ସହଦେବ ଖୁଂଟା ଥାନା ଆଜିମା ବାଦ ଗାଁର ମହେଶ୍ୱର ନନ୍ଦୀ (୩୦) କୁ ଗିରଫ କରିଥିଲେ ଗଞ୍ଜେଇ ଚାଲାଣ କରୁଥିବା ଆମ୍ବୁଲାନ୍ସ କୁ ପାଇଲଟ ଦେଉଥିବା ଅନ୍ୟ ଏକ ଏକ୍ସ୍ୟୁଭି ଗାଡି କୁ ସେହି ଲାଇନ ପଡା ଗାଁରେ ଅଟକାଇ ୨୧ କେଜି ଗଞ୍ଜେଇ ଜବତ କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ଖନ୍ତା ପଡା ଥାନା ମହମଦାବାଦ ଗାଁ ର ଡ୍ରାଇଭର ଯାଦୁନାଥ ସାହୁ (୪୨) ଏବଂ ସେହି ମହମଦାବାଦ ଗାଁ ର ବଳଭଦ୍ର ସାହୁ ( ୨୮) ବର୍ଷ କୁ ଗିରଫ କରିଥିଲେ । ସେହିଭଳି ଟିକାବାଲି ଥାନା ଶଙ୍କରାଖୋଲ ଠାରେ ଏକ ବୋଲେର ଡାଲା ଗାଡି କୁ ଅଟକାଇ ଗାଡ଼ିରୁ ୪୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ବାଲେଶ୍ୱର ଜିଲ୍ଲା କୁମୁଡିଆ ଥାନା ନୀଳଗିରି ଗାଁ ର ଦିବାକର ପାତ୍ର (୪୬) ଓ ସେହି ନୀଳ ଗିରି ଗାଁର ଭାସ୍କର ପାତ୍ର ( ୩୯ ) କୁ ଗିରଫ କରି ପୃଥକ ୨ ଟି ମାମଲା ରେ କୋର୍ଟ ଚାଲାଣ କରାଯାଇଥିବା ଡେପୁଟି ସୁପାରିଟେଣ୍ଡେଂଟ ସତ୍ୟଜିତ ଖଟୁଆ ସୂଚନା ଦେଇଛନ୍ତି ଅନ୍ୟ ପଟେ ଏହି ଚଢାଉ ରେ ମୋବାଇଲ ଟିମ ର ଅଧିକାରୀ ରଙ୍କନିଧି ମଲିକ, ଏସ ଆଇ ପ୍ରକାଶ ଚନ୍ଦ୍ର ମଲିକ, ଏମ ସଂଜୀବ କୁମାର, ମିନତୀ ଗଉଁନ୍ତିଆ, ଜ୍ଞାନ ପ୍ରକାଶ ସାହୁ ସଦଳେ ବଳେ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ