

ସମ୍ବଲପୁର, ୨୭, ସେପ୍ଟେମ୍ବର (ହି.ସ.) - ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ୍ ସ୍ଥିତ ଫାଶିମାଲ ଆଂଚଳିକ ଜୁନିଅର କଲେଜ ପରିସରରେ ମେରା ଯୁବା ଭାରତ ସମ୍ବଲପୁର' ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜର ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚନ୍ଦନିମାଲ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଭୁବନେଶ୍ୱର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନ, ଆଦର୍ଶ ଓ ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ। କଲେଜର ଅଧ୍ୟାପକ ରଞ୍ଜନ କୁମାର ଭଇଁସା ସଭାକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜନ୍ମଜୟନ୍ତୀ କାର୍ଯ୍ୟକ୍ରମକୁ ଜମନକିରା ବ୍ଲକ, ସମ୍ବଲପୁର ଜିଲ୍ଲାର ମେରା ୟୁବା ଭାରତ, ଓଡ଼ିଶାର ଜାତୀୟ ଯୁବ ସ୍ୱେଚ୍ଛାସେବୀ ଯୋଗିନ୍ଦ୍ର ରୋହିଦାସ ଓ ସ୍ୱସ୍ତିକ ଶର୍ମା ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି ପାଇଁ ଆୟୋଜକଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ