
ନୂଆଦିଲ୍ଲୀ, ସେପ୍ଟେମ୍ବର 27 (ହି.ସ): ଦେଶରେ ହାଇଡ୍ରୋଜେନ୍ ଟ୍ରେନ୍ ପରେ, ପରିବହନକୁ ଅଧିକ ସ୍ୱଚ୍ଛ ଏବଂ ଇନ୍ଧନ ଦକ୍ଷ କରିବା ପାଇଁ ରେଳବାଇ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି। ଦେଶର ପ୍ରଥମ ଏଲ୍. ଏନ୍. ଜି. (ତରଳୀକୃତ ପ୍ରାକୃତିକ ବାଷ୍ପ) ଆଧାରିତ ଟ୍ରେନ୍ ଆଜିଠାରୁ ଚଳାଚଳ ଆରମ୍ଭ କରିବ। ଗୁଜରାଟର ସାବରମତୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ସାବରମତୀ ଠାରେ 1,542 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିବେ। ଏଥିରେ ପ୍ରାୟ 700 କୋଟି ଟଙ୍କା ବ୍ୟୟରେ ନିର୍ମିତ ଡବ୍ଲୁଏଜି-12 ଇଞ୍ଜିନ ରକ୍ଷଣାବେକ୍ଷଣ ସେଡର ଉଦଘାଟନ ଅନ୍ତର୍ଭୁକ୍ତ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା