ଖପ୍ରାପଡ଼ା ଛକରୁ ୨ କେଜି ୩୦୫ ଗ୍ରାମ ଗଞ୍ଜେଇ ଜବତ, ଯୁବକ ଗିରଫ
Ganja seized at Brajrajnagar
ଖପ୍ରାପଡ଼ା ଛକରୁ ୨.୩୦୫ କେଜି ଗଞ୍ଜେଇ ଜବତ


ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର (ହି.ସ.)- ବ୍ରଜରାଜନଗର ଥାନା ଅଞ୍ଚଳର ଖପ୍ରାପଡ଼ା ଛକ ନିକଟରୁ ୨ କେଜି ୩୦୫ ଗ୍ରାମ ସନ୍ଦିଗ୍ଧ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ୨୭ ସେପ୍ଟେମ୍ବରରେ ପାଟ୍ରୋଲିଂ ସମୟରେ ବିଶ୍ୱସନୀୟ ସୂଚନା ପାଇ ବ୍ରଜରାଜନଗର ଥାନା ଏସ୍ଆଇ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍ ଖପ୍ରାପଡ଼ା ଛକ ନିକଟରେ ଏକ ମୋଟରସାଇକେଲରେ କ୍ୟାରି ବ୍ୟାଗ୍ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇଥିଲା। ମାଜିଷ୍ଟ୍ରେଟ୍ ଓ ସାକ୍ଷୀଙ୍କ ଉପସ୍ଥିତିରେ ତାଙ୍କ ବ୍ୟାଗ୍ ତଲାସୀ କରାଯିବାରୁ ସେଥିରୁ ୨ କେଜି ୩୦୫ ଗ୍ରାମ ସନ୍ଦିଗ୍ଧ ଗଞ୍ଜେଇ ମିଳିଥିଲା।

ଏହି ଘଟଣାରେ ପୁଲିସ ୨ କେଜି ୩୦୫ ଗ୍ରାମ ଗଞ୍ଜେଇ ସହ ଏକ ବଜାଜ ପଲସର୍ ମୋଟରସାଇକେଲ (ନମ୍ବର- ଓଡି ୨୩ୟୁ ୯୯୧୦), ଗୋଟିଏ ଭିଭୋ ମୋବାଇଲ୍ ଫୋନ୍ ଏବଂ ୪୫୦ ଟଙ୍କା ନଗଦ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର କୋଲିୟାରୀ ହରିଜନପଡ଼ାର ଧନୁର୍ଜା ତାଣ୍ଟିଙ୍କ ପୁଅ ମହାଦେବ ତାଣ୍ଟି (୩୩)। ଏ ସଂକ୍ରାନ୍ତରେ ବ୍ରଜରାଜନଗର ଥାନା କେସ୍ ନମ୍ବର ୨୨୦, ତାରିଖ ୨୭.୦୯.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(ବି)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଜବତ ଗଞ୍ଜେଇର ଉତ୍ସ ଏବଂ ଏହା ପଛରେ ଥିବା ନେଟୱର୍କ ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ନିଶାଦ୍ରବ୍ୟ ଚାଲାଣ ସମ୍ପର୍କରେ କୌଣସି ସୂଚନା ମିଳିଲେ ପୁଲିସକୁ ଜଣାଇବାକୁ ଝାରସୁଗୁଡ଼ା ପୁଲିସ ପକ୍ଷରୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande