
ପଟ୍ଟାମୁଣ୍ଡାଇ, ୨୭ ସେପ୍ଟେମ୍ବର (ହି.ସ.) - ଆଜି ହେଉଛି ବିଶ୍ୱ ନଦୀ ଦିବସ । ଏହି ବିଶ୍ୱ ନଦୀ ଦିବସ ସାରା ବିଶ୍ୱ ର ଭିନ୍ନ ଭିନ୍ନ ସ୍ଥାନ ରେ ପାଳନ କରାଯାଏ । ନଦୀ ଯେଉଁଠି ଜନବସତି ସେଇଠି ଓ ସାଧାରଣ ଜନତାଙ୍କ ଜୀବନ ଜୀବିକା ମଧ୍ୟ ସେଇଠି, ଏହା ଥିଲା ପ୍ରାଚୀନ କଥା । ଆମ ଜିଲ୍ଲା କେନ୍ଦ୍ରାପଡ଼ାରେ ଗୋବରୀ ନଦୀ ପ୍ରବାହିତ । ଏହା ଜିଲ୍ଲାର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନି କିନ୍ତୁ ଗୋବରୀ ନଦୀ ଏବେ ଆବର୍ଜନା କୁଣ୍ଡ ରେ ପରିଣତ ଯାହା ସାଧାରଣ ଜନତା ଙ୍କ ମତ । ଏହି ନଦୀକୁ ଆବର୍ଜନାମୁକ୍ତ ପାଇଁ ପ୍ରୟାସ ଜାରି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ । ଆଜି ବିଶ୍ୱ ନଦୀ ଦିବସ ରେ ନଦୀ ମାତା ଗୋବରୀ ର ଆଳତି କରିବା ସହ ନଦୀ ମାତାକୁ ଶାଢ଼ୀ ପିନ୍ଧାଇ ହୋମ ଯଜ୍ଞ କରି ଟ୍ରଷ୍ଟ ପକ୍ଷରୁ ଗୋବରୀ ନଦୀ ପୂଜନ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଛି । ଏହା ସହ ସ୍ଥାନୀୟ ବାସିନ୍ଦା ଙ୍କୁ ଗୋବରୀ ନଦୀ କୁ ଅଳିଆ ଆବର୍ଜନା ନ ପକାଇବାକୁ ଅନୁରୋଧ କରାଯାଇଛି ।ଏହି କାର୍ଯ୍ୟକ୍ରମ ନାଗପୁର, ଦେପୁର କଦଳୀବାଡ଼ି, ସାରଙ୍ଗ, ହଜାରିବଗିଚା ଓ ଆଳିଜଙ୍ଗା ର ଅନ୍ତେବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ସହରରେ ନୂଆ ହେଉଛି ଜାଣି ବହୁ ବୁଦ୍ଧିଯିବି ଓ ବୟସ୍କ ମାନେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏ ବର୍ଷ ନଦୀ ପୂଜନ କାର୍ଯ୍ୟକ୍ରମର ମୁଖ୍ୟ ବାର୍ତା ଥିଲା ଜଙ୍ଗଲ ନାହିଁ, ନଦୀ ନାହିଁ, ଜଳ ନାହିଁ, ଜୀବନ ନାହିଁ ବୋଲି ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ବାର୍ତା ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଟ୍ରଷ୍ଟର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ପୂଜକ ହରେକୃଷ୍ଣ ପଢିଆରି, ମନୋଜ ନାୟକ, ସଂଗ୍ରାମ ଦାସ,ତପନ ସେନାପତି,ଜ୍ଞ୍ୟାନ ରଞ୍ଜନ ମହାନ୍ତି, ଅଜୟ କୁମାର ରାଉତ,ସନ୍ତୋଷ ତରାୟ, ରଞ୍ଜନ କୁମାର ମିଶ୍ର,ମନୋଜ ରାଉତ, ନରୋତମ ବିଶ୍ୱାଳ, ରଘୁନାଥ ସ୍ୱାଇଁ ଓ ଜୋତିଷ ଗୌରାଙ୍ଗ ନାୟକ ଙ୍କ ସହ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ