ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ପାଳିତ
ଖୋର୍ଦ୍ଧ, ୨୭ ସେପ୍େଟମ୍ବର(ହି.ସ.) - ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲା ସଦର ମହକୁମା ବି .ଜେ .ବି ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଏବଂ ଓ ଏମ ସି କୋଷ୍ଟାଲ ମାରାଥନ୍ ପୁରୀ ଉପଲକ୍ଷେ ପ୍ରୋମୋ ମାରାଥନ୍ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପର୍ଯ୍ୟଟନ ଉନ୍ନ
Tourism


ଖୋର୍ଦ୍ଧ, ୨୭ ସେପ୍େଟମ୍ବର(ହି.ସ.) - ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲା ସଦର ମହକୁମା ବି .ଜେ .ବି ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଏବଂ ଓ ଏମ ସି କୋଷ୍ଟାଲ ମାରାଥନ୍ ପୁରୀ ଉପଲକ୍ଷେ ପ୍ରୋମୋ ମାରାଥନ୍ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନଙ୍କ ପୋରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦିବସକୁ ଉଦ୍ଘାଟନ କରି କହିଲେ ଓଡିଶାର ପର୍ଯ୍ୟଟନ ଓଡ଼ିଶାର ଐତିହ୍ୟ, ସକୃତିକୁ ନେଇ ରୁଦ୍ଧିମନ୍ତ କରି ବେଦେଶି ମାନଙ୍କୁ ଆକୃଷ୍ଟ କରିଥାଏ କ୍ଷ ପୁରୀ ଶ୍ରୀ ଜଗନ୍ନାଥ ତଥା ଉରୁଷୋତମ୍ ଧାମ ସମଗ୍ର ବିଶ୍ୱରେ ବନ୍ଦନୀୟ ଥିବାବେଳେ ଓଡ଼ିଶା ଓ ଭାରତର ପର୍ଯ୍ୟଟନ ସମଗ୍ର ବିଶ୍ୱରେ ଅନନ୍ୟ ଅଟେ ବୋଲି ଉଦବୋଧନ ଦେଇ ପର୍ଯ୍ୟଟନ ବିକାଶରେ ଆମେ ସମସ୍ତେ ସାମିଲ ହେଲେ ବିକଶିତ ଓଡ଼ିଶା ଅ୨୦୩୬ ଏବଂ ବିକଶିତ ଭାରତ ଅ୨୦୪୭ ପର୍ଯ୍ୟଟନ ବିକାଶରେ ଆମେ ମାଇଲଖୁଂଟ ଭଳି ଉଭା ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରୋମୋ ମାରାଥନ ରେ ଯୋଗଦେଇଥିବା ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ର ଛାତ୍ରୀ,ଗଣାମାଧ୍ୟାମ ପ୍ରତିନିଧି, କ୍ରୀଡାବିତ୍ ମାନଙ୍କୁ ସାଧୁବାଦ୍ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ,ବି ଡି ଓ, ସିଦ୍ଧାର୍ଥ ପଟ୍ଟନାୟକ, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର , ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ସୁବୋଧ କୁମାର ଜଗଦେବ ଯୋଗଦେଇ ଆମ ପର୍ଯ୍ୟଟନ ଆମ ଅର୍ଥନୀତି କୁ କିଭଳି ସହଯୋଗ ଓ ପ୍ରୋତ୍ସାହନ ଦେଉଛି ସେ ସମ୍ୱନ୍ଧରେ ଆଲୋକ ପାତ କରିଥିଲେ । ଦିବସ ଉପଲକ୍ଷେ ସମସ୍ତ ଅତିଥି ମାନଙ୍କୁ ଉତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା କ୍ଷ ପରେ ପ୍ରାୟ ୨୫୦ ପ୍ରତିଯୋଗୀ ମାନେ ପ୍ରୋମୋ ମାରାଥନ ରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ଅତିଥି ମାନଙ୍କ ଗହଣରେ ପ୍ଲାଗ କାର୍ଡ ଦେଖାଇ ମାରାଥନ ର ଶୁଭାରମ୍ଭ କରିଥିଲେ । ମାରାଥନ୍ ପ୍ରତିଯୋଗୀ ମାନେ ବି ଜେ ବି ହାଇସ୍କୁଲରୁ ବାହାରି ଷ୍ଟେଟ୍ ବ୍ୟାଙ୍କ ଛକ, ଭେଟେନାରି ଛକ ଓ ନୂଆ ବସ୍ ଷ୍ଟାଣ୍ଡ ଦେଇ ପୁନଶ୍ଚ ବି ଜେ ବି ହାଇସ୍କୁଲରେ ପହଂଚିଥିଲେ । ଏହି ପ୍ରତି ଯୋଗିତାରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅନୱାର ଖାନ୍, ପ୍ରଥମ,ବେଞ୍ଜାମିନ ପ୍ରଧାନ, ଦ୍ୱିତୀୟ ଏବଂ ସଚିନ କୁମାର ପ୍ରଧାନ ତୃତୀୟ ବାଳକ ବିଭାଗରେ କୃତିତ୍ୱ ହାସଲ କରିଥିବା ବେଳେ ବାଳିକା ବିଭାଗରେ ସ୍ୱପ୍ନାରାଣି ନାୟକ, ପ୍ରଥମ, ଜସ୍ମିନ ମହାପାତ୍ର, ଦ୍ୱିତୀୟ, ପ୍ରାଣନାଥ ସ୍ୱୟଂ ଶାସିତ ମହାବଦ୍ୟାଳୟ, ଏବଂ ଜାଗୃତି କୁମାରୀ, ତୃତୀୟ, ଗୀତା ସ୍ୱଂ ଶାସିତ ମହାବିଦ୍ୟାଳୟ କୃତିତ୍ୱ ହାସଲ କରିଥିଲେ । ଏମାନେ ଡିସେମ୍ବର ୧୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା କୋଷ୍ଟାଲ୍ ପର୍ଯ୍ୟଟନ ପ୍ରୋମୋ ମାରାଥନ୍ ରେ ଯୋଗ ଦେବେ । ମୁଖ୍ୟ ଅତିଥି ଆହୁରି ମଧ୍ୟ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଟୁରିଯିମ୍ କୁଇଜ୍ ରେ ୩ ଜଣ ଏବଂ ମହାବିଦ୍ୟାଳୟ ସ୍ତରୀୟ ଟୁରିଯିମ୍ କୁଇଜରେ ୭ ଜଣ କୃତିତ୍ୱ ପ୍ରତିଯୋଗୀଙ୍କୁ ଅର୍ଥରାଶି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ କ୍ଷ ଦିବସରେ ମଂଚ ସଂଯୋଜନା ଶ୍ରୀକାନ୍ତ ନାୟକ ସମ୍ପାଦିତ କରିଥିବା ବେଳେ ପର୍ଯ୍ୟଟନ ଉନ୍ନୟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବି ଜେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande