ଯାଜପୁରରୁ ଭାସିଆସିଥିବା ବୃଦ୍ଧା କେନ୍ଦ୍ରାପଡ଼ାରୁ ଉଦ୍ଧାର
ପଟ୍ଟାମୁଣ୍ଡାଇ,୨୭ ସେପ୍େଟମ୍ବର (ହି.ସ.) - ବ୍ରାହ୍ମଣୀ ନଦୀର ଗଭୀର ସ୍ରୋତରୁ ପଟ୍ଟାମୁଣ୍ଡାଇ ବାଲିପାଟଣା ଗ୍ରାମ ଠାରେ ଜଣେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ମିଳିଥିବା ସୂଚନା ଅନୁସାରେ, ବୃଦ୍ଧା ଜଣକ ଯାଜପୁର ଜିଲ୍ଲା ବରୀ ଅଂଚଳ ବୋଲି ସନ୍ଦେହ କରାଯାଉଛି । ନଦୀ
Jajpur ru bhasi asithiba mahila


ପଟ୍ଟାମୁଣ୍ଡାଇ,୨୭ ସେପ୍େଟମ୍ବର (ହି.ସ.) - ବ୍ରାହ୍ମଣୀ ନଦୀର ଗଭୀର ସ୍ରୋତରୁ ପଟ୍ଟାମୁଣ୍ଡାଇ ବାଲିପାଟଣା ଗ୍ରାମ ଠାରେ ଜଣେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ମିଳିଥିବା ସୂଚନା ଅନୁସାରେ, ବୃଦ୍ଧା ଜଣକ ଯାଜପୁର ଜିଲ୍ଲା ବରୀ ଅଂଚଳ ବୋଲି ସନ୍ଦେହ କରାଯାଉଛି । ନଦୀର ପ୍ରବଳ ସ୍ରୋତରେ ଭାସି ଆସିଥିଲେ। ଗ୍ରାମବାସୀମାନେ ତାଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରିବା ପରେ ସ୍ଥାନୀୟ ଆଶା କର୍ମୀଙ୍କ ଦ୍ୱାରା ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଦିଆଯାଇଥିଲା। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତି କରାଯାଇଛି। ନଦୀର ଏତେ ଗଭୀର, ପ୍ରଖର ସ୍ରୋତ ଓ କୁମ୍ଭୀର ଭୟ ସତ୍ୱେ ବୃଦ୍ଧା ଜଣକ ଜୀବିତ ଉଦ୍ଧାର ହୋଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବୃଦ୍ଧାଙ୍କ ସଠିକ ପରିଚୟ ମିଳିନଥିବା ବେଳେ ଦୀର୍ଘ ୩୦ କିଲୋମିଟରରୁ ଅଧିକ ଦୂରରୁ କିପରି ଭାସିକି ଆସି ଜୀବିତ ଉଦ୍ଧାର ହେଲେ ତାହା ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚା ଧରିଛି । ପରେ ଖବର ନେବାରୁ ବୃଦ୍ଧା ଜଣଙ୍କ ଯାଜପୁର ଜିଲ୍ଲା କାଇପଡା ଅଂଚଳର ବୋଲି ଜଣାପଡିଥିଲା । ଏବିଷୟରେ ତାଙ୍କ ପରିବାର ଲୋକେ ଖବର ପାଇ ବୃଦ୍ଧାଙ୍କୁ ନିଜ ଘର ଯାଜପୁର କୁ ନେଇଯାଇଥିଲେ । ବୃଦ୍ଧା ଜଣଙ୍କ ସୁସ୍ଥ ଥିବା ଜଣା ପଡିଛି ।

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande