
ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର (ହି.ସ.) ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଝାରସୁଗୁଡ଼ା ଜିଲ୍ଲାରୁ ଅଯୋଧ୍ୟା ଓ ବାରାଣlସୀ ତୀର୍ଥଯାତ୍ରାରେ ଯାଇଥିବା ୫୦ ଜଣ ବରିଷ୍ଠ ନାଗରିକ ଆଜି ତୀର୍ଥ ଯାତ୍ରା ସାରି ନିଜ ଜିଲ୍ଲାକୁ ଫେରିଛନ୍ତି।ତୀର୍ଥଯାତ୍ରୀମାନେ ଅଯୋଧ୍ୟା ଓ ବାରାଣସୀର ବିଭିନ୍ନ ପବିତ୍ର ତୀର୍ଥସ୍ଥଳୀ ପରିଦର୍ଶନ କରି ଆଧ୍ୟାତ୍ମିକ ଅନୁଭୂତି ପ୍ରାପ୍ତ କରିଥିଲେ। ତୀର୍ଥଯାତ୍ରା ସମୟରେ ସେମାନେ ଅଯୋଧ୍ୟା ଓ ବାରାଣସୀର ବିଭିନ୍ନ ଧାର୍ମିକ ଓ ଐତିହାସିକ ସ୍ଥାନ ପରିଦର୍ଶନ କରିଥିଲେ। ଦୀର୍ଘଦିନର ତୀର୍ଥଯାତ୍ରାର ଇଚ୍ଛା ପୂରଣ ହୋଇଥିବାରୁ ବରିଷ୍ଠ ନାଗରିକମାନେ ଖୁସି ପ୍ରକାଶ କରିବା ସହ ଏହି ସୁଯୋଗ ପାଇଁ ରାଜ୍ୟ ସରକାର ତଥା ଜ଼ିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜଣାଇଥିଲେ।
ତୀର୍ଥଯାତ୍ରୀମାନେ ସୁରକ୍ଷିତ ଓ ସୁବିଧାଜନକ ଭାବେ ଯାତ୍ରା ସମାପ୍ତ କରି ଫେରିବା ପର୍ଯ୍ୟନ୍ତ ସେମାନଙ୍କ ସହ ଏସ୍କର୍ଟ ଅଫିସର ୨ ଜଣ (ଶ୍ରବଣ କୁମାର ଭାବେ) ଉପସ୍ଥିତ ରହିଥିଲେ
ସମ୍ବଲପୁର ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନରେ ପହଂଚିବା ପରେ ୩ ଗୋଟି ବସ ଯୋଗେ ଜ଼ିଲ୍ଲା ସଂସ୍କୃତି ଭବନ, ଝାରସୁଗୁଡା ପର୍ଯ୍ୟନ୍ତ ଅଣାଯାଇଥିଲା l
ଝାରସୁଗୁଡ଼ାକୁ ଫେରିବା ପରେ ବରିଷ୍ଠ ତୀର୍ଥଯାତ୍ରୀମାନେ ନିଜ ତୀର୍ଥଯାତ୍ରାର ଅନୁଭୂତି ବ୍ୟକ୍ତ କରି ଅଯୋଧ୍ୟା ଓ ବାରାଣlସୀ ଦର୍ଶନ ସେମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିବା ବିଷୟରେ ବଖାଣି ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ସଫଳ କରିବା ପାଇଁ ଆବଶ୍ୟକ ସମସ୍ତ ସମନ୍ୱୟ ଓ ବ୍ୟବସ୍ଥା କରାଯାଇଥିଲା। ପରେ ସେମାନଙ୍କୁ ୩ ଗୋଟି ମିନି ବସ ଯୋଗେ ଉନେଇସଖଣ୍ଡ ମୌଜାର ଗୁଡମ ପର୍ଯ୍ୟନ୍ତ ଗୋଟିଏ ବସ, କୁମାରବନ୍ଧ, ସିଙ୍ଗେଇପାଲି ଭାୟା ବ୍ରଜରାଜନଗର ଏବଂ ବେଲପାହାଡ଼କୁ ଗୋଟିଏ ବସ ତଥା କୋଳାବିରା, ଲଇକେରା, କିର୍ମୀରl ପାଇଁ ଗୋଟିଏ ବସ ଯୋଗେ ତୀର୍ଥଯାତ୍ରୀଙ୍କ ଘର ପର୍ଯ୍ୟନ୍ତ ଛାଡିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଜରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀ ସୋମେଶ ଆଚାର୍ଯ୍ୟ। ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ସହକାରୀ ଜ଼ିଲ୍ଲାପାଳ ବିଶ୍ୱଜିତ ରାଉତ, ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟl ଳୟର ମୌସୁମ ପଟେଲ, ଧୀରଜ ରୋଶନ ପଧାନ, କାହ୍ନୁ ଚରଣ ମୁଦୁଲି, ନିରଞ୍ଜନ ମାଲି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ