ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ ଦାବି, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭଦ୍ରକରେ ବିକ୍ଷୋଭ
ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ଏସ୍ଆଇଆର୍ ମାଧ୍ୟମରେ ଆମ ଦେଶର ୧୩ କୋଟି ଭୋଟରଙ୍କୁ ଭୋଟର ତାଲିକାରୁ କାଟି ଭାରତୀୟ ଜନତା ପାର୍ଟି ଓ ଏନଡିଏ ସହଯୋଗୀ ମାନଙ୍କୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଗୁଡିକରେ ଜିତେଇ ଦେଶଦ୍ରୋହ ଅପରାଧ କରିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର
KENDRIYA TRADE UNION BIKHYOBHA


ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ଏସ୍ଆଇଆର୍ ମାଧ୍ୟମରେ ଆମ ଦେଶର ୧୩ କୋଟି ଭୋଟରଙ୍କୁ ଭୋଟର ତାଲିକାରୁ କାଟି ଭାରତୀୟ ଜନତା ପାର୍ଟି ଓ ଏନଡିଏ ସହଯୋଗୀ ମାନଙ୍କୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଗୁଡିକରେ ଜିତେଇ ଦେଶଦ୍ରୋହ ଅପରାଧ କରିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କୁ ପଦବୀରୁ ବହିଷ୍କାର ଓ ଗିରଫ କରାଯିବା, ଏସ୍ଆଇଆର୍ ମାଧ୍ୟମରେ କାଟିଥିବା ସମସ୍ତ ଭୋଟର ମାନଙ୍କୁ ଭୋଟର ତାଲିକାରେ ଯୋଡିବା, ଏସ୍ଆଇଆର୍ ପ୍ରକ୍ରିୟା ସଂପୂର୍ଣ୍ଣ ବାତିଲ କରିବା, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ଭାରତର ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଙ୍କୁ ସାମିଲ କରିବା ଦାବିରେ ଭଦ୍ରକ ସହରରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସମୂହ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ପରିକ୍ରମା କରି ଭଦ୍ରକ ତହସିଲ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜ୍ଞାନେଶ କୁମାର ଗିରଫ ନହେଲେ ଆଗାମୀ ଦିନରେ ତୀବ୍ର ଲଢେଇ ହେବ ବୋଲି ବିକ୍ଷୋଭ ରେ ଉପସ୍ଥିତ ନେତୃତ୍ୱ ପ୍ରକାଶ କରିଥିଲେ । ଏହି ବିକ୍ଷୋଭରେ ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ଉପସଭାପତି ମଳୟ ଭୋଇ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଏଆଇସିସିଟିୟୁ ଜିଲ୍ଲା ସଭାପତି ସମର ବଳ, ଏଆଇସିସିଟିୟୁ ନେତ୍ରୀ ଜୟନ୍ତୀ ବିଶ୍ୱାଳ, ଆଇଏନଟିୟୁସି ନେତା ଶୁଭାଶିଷ ନାୟକ, ବିଶ୍ୱକର୍ମା ଶ୍ରମିକ ସଂଘ ନେତା ଦେବାଶିଷ ରାୟ, ଶ୍ରମିକ ନେତା ବାବୁ ଖାନ୍, ସେକ୍ ହୁସେନ, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ଭାରତର ନାଗରିକ ମାନଙ୍କ ଭୋଟ ଦେବାର ଅଧିକାରର ସୁରକ୍ଷା ପାଇଁ ଜ୍ଞାନେଶ କୁମାରଙ୍କୁ ଗିରଫ କରିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande